ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ !

ଭୁବନେଶ୍ୱର: ଅର୍ଥ ଅଭାବରୁ ରାଜ୍ୟରେ ବନ୍ଦ ହୋଇଛି ବିଜୁ ଯୁବ ବାହିନୀ । ଚଳିତବଷ; ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ନାହିଁ । ଏନେଇ ବିଧାୟକ ଭବାନୀ ଭୋଇଙ୍କ ପଅଶ୍ନରେ ଉତ୍ତର ଦେବାକୁ ଯାଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ, ‘ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ରାଜ୍ୟର ଏବେ କୌଣସି ଜାଗାରେ ବିଜୁ ଯୁବ ବାହିନୀ ଦ୍ୱାରା କିଛି କାର୍ଯ୍ୟ କରାଯାଉନି । କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବର୍ତ୍ତମାନ କାର୍ଯ୍ୟ କରୁନି ଯୁବ ବାହିନୀ । ବଜେଟରେ ଅର୍ଥ ବ୍ୟବସ୍ଥା ନଥିବାରୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ।’

ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ନାଆଁରେ ଏକ ସଂଗଠନ ଖୋଲିଥିଲେ ।

Comments are closed.