ଲିଙ୍ଗରାଜରେ ଭକ୍ତ ଜାଳିବେ ଦୀପ, କିନ୍ତୁ…

ଭୁବନେଶ୍ୱର: ପ୍ରଶାସନ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଛି । ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନରଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଥିବା ଜଣାପଡିଛି । ହାଣ୍ଡିଭଙ୍ଗା ନୀତି ହେବା ନେଇ ପ୍ରତିଶ୍ରୁତି ମଧ୍ୟ ମିଳିଥିବା ନେଇ ସୂଚନା ମିଳିଛି । ଚଳିତବର୍ଷ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବ । ଆସନ୍ତାକାଲି ଠିକ୍ ସମୟରେ ମହାଦୀପ ଉଠାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

ଏହାରି ମଧ୍ୟରେ ଜାଗରକୁ ନେଇ ଭକ୍ତମାନଙ୍କ ପାଇଁ ଆସିଛି ଖୁସି ଖବର । ଚଳିତବର୍ଷ ଲିଙ୍ଗରାଜ ମନ୍ଦିର ଭିତରେ ଭକ୍ତମାନେ ଜାଳିପାରିବେ ଦୀପ । କିନ୍ତୁ ଦୀପ ଜାଳିବା ପାଇଁ ଭକ୍ତମାନଙ୍କ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପଡିବ । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବେ ଶ୍ରଦ୍ଧାଳୁ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାଡିରେ ଦର୍ଶନ କରିପାରିବେ ଭକ୍ତ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ସୂଚନା କହିଛନ୍ତି ।

Comments are closed.