ଚୋରି ଓ ଛିନତାଇ ରୋକିବ କମିଶନରେଟ ପୋଲିସର ‘ସ୍ପେଶାଲ ୨୬’
ଭୁବନେଶ୍ୱର,: ଦିନକୁ ଦିନ ଚୋରି, ଛିନତାଇ ଓ ଡକାୟତି ବଢିବାରେ ଲାଗିଛି । ଭୁବନେଶ୍ୱରରେ ଲୁଟ ଓ ଛିନତାଇକୁ ରୋକିବା ପାଇଁ ବଡ ପଦକ୍ଷେପ ନିଆଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ ‘ସ୍ପେଶାଲ ୨୬’ । ସବୁ ଥାନାରେ ଏଥିପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀ ରହିବେ । ସ୍ୱତନ୍ତ୍ର ଅଧିକାରୀଙ୍କୁ ସହଯୋଗ କରିବେ ୪ ଜଣ କନେଷ୍ଟବଳ । ଚୋରି, ଛିନତାଇ ଓ ଡକାୟତି ଉପରେ ‘ସ୍ପେଶାଲ-୨୬’ର ନଜର ରହିବ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ ପକ୍ଷରୁ ସୂଚନା ମିଳିଛି ।
Comments are closed.