ଓବିସି ସଂରକ୍ଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଓବିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଓ ଏସଇବିସି ବର୍ଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ‘ଓଡିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ରାଜ୍ୟ ସରକାର ଏହା ଲାଗୁ କରିବାକୁ ମୋର ଅନୁରୋଧ । ଓବିସିଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ୧୦% ସଂରକ୍ଷଣ ଲାଗୁ ହୋଇଛି । କିନ୍ତୁ ରାଜ୍ୟ ସରକାର ଏହାକୁ କାହିଁକି ଲାଗୁ କରିନାହାନ୍ତି । ଶିକ୍ଷା ଓ ଚାକିରି କ୍ଷେତ୍ରରେ ଉଚ୍ଚବଗଙ୍କୁ ୧୦% ସଂରକ୍ଷଣ ଲାଗୁ ହୋଇନି ।’ ତେଣୁ କେନ୍ଦ୍ରୀୟ ଢାଞ୍ଚାରେ ଓଡ଼ିଶାରେ ସଂରକ୍ଷଣ ବ୍ୟବସ୍ଥା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ପୂର୍ବରୁ ୩ ଥର ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା କହିଛନ୍ତି ଧର୍ମେନ୍ଦ୍ର । ମଣ୍ଡଳ କମିଶନ ପରେ ୨୭% ସଂରକ୍ଷଣ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି । ଆଜି ଯାଏଁ ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ଦେଇନାହାନ୍ତି ରାଜ୍ୟ ସରକାର । ଆଇନରେ ସଂଶୋଧନ କରି ପଛୁଆ ବର୍ଗଙ୍କୁ ୫୦% ଯାଏଁ ସଂରକ୍ଷଣ କରି ଦେଇହେବ । ୧୯୯୩ରୁ ୨୧୦ ପଛୁଆ ବର୍ଗ ଜାତି ସମ୍ପର୍କରେ ତାଲିକା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Comments are closed.