ସୁନ୍ଦରଗଡ ରେ ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ସଫଲ ଆୟୋଜନ
ବ୍ୟୁରୋ ରିପୋର୍ଟ : କଳା ସଂସ୍କୃତିର ମାଟି ସୁନ୍ଦରଗଡ ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ତୃତୀୟ ଜାତୟ ସମ୍ବଲପୁରୀ ସମ୍ମେଲନ୍ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ଭିନ୍ନ ଭିନ୍ନ ଜିଲ୍ଲା ରେ ଆୟୋଜିତ ହୋଇ ଆସୁଛି । ପ୍ରଥମ ସମ୍ମେଲନ୍ ସମ୍ବଲପୁର ରେ, ଦ୍ଵିତୀୟ ସମ୍ମେଲନ୍ ଝାରସୁଗୁଡା ରେ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମ୍ମେଲନ୍ ସୁନ୍ଦରଗଡ଼ ଠାରେ ଆୟୋଜିତ ହୋଇଥିଲା । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ର ଅଧିକ ପ୍ରଚାର ପ୍ରସାର, ଲୁକ୍କାୟିତ ପ୍ରତିଭାକୁ ଲୋକାଲୋଚନ କୁ ଆଣିବା ଓ ଅଞ୍ଚଳର ବିଭିନ୍ନ ଅଧିକାର ର ଲଢେଇ ପାଇଁ ବର୍ଷ ବ୍ୟାପି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ ଭିତରେ ପଶ୍ଚିମାଞ୍ଚଲ ବାସୀଙ୍କୁ ଏକଜୁଟ କରିବା ପାଇଁ ଅଗଷ୍ଟ-୧ ସମ୍ବଲପୁରୀ ଦିନ୍ ଓ ଜାତୀୟ ସମ୍ବଲପୁରୀ ସମ୍ବେଲନ୍ ବହୁ ଚର୍ଚ୍ଚିତ ଓ ସର୍ବାଗ୍ରେ ଆଦୃତ ହୋଇ ଆସୁଛି । ତେବେ ସହସ୍ରାଧିକ ଦର୍ଶକ ଙ୍କ ସହ ପଶ୍ଚିମାଞ୍ଚଳ ର ଏଗାର ଟି ଜିଲ୍ଲାର ସମ୍ବଲପୁରୀ କବି, ଲେଖକ, ନାଟ୍ୟକାର, ସଙ୍ଗୀତଜ୍ଞ, କଳାକାର, ନୃତ୍ୟଶିଳ୍ପୀ, ବନ୍ଧଶିଳ୍ପୀ, ବୁନକାର, ସୁନ୍ଦରଗଡ ର ମାଦ୍ରୀ କାଲୋ ଭବନ ରେ ସାମିଲ ହୋଇଥିଲେ । ଇଷ୍ଟଦେବୀ ସମଲେଇ ଙ୍କ ମନ୍ଦିର ରୁ ଆଜ୍ଞା ମାଳ ନେଇ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମାଦ୍ରୀ କାଲୋ ଭବନ ପହଞ୍ଚି ଥିଲା। ଏହା ପରେ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲା କଂଗ୍ରେସ ସଭାପତି ବେଣୁଧର ତ୍ରିପାଠୀ, ସୁନ୍ଦରଗଡ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ସମଲେଇ ଙ୍କ ଠାରେ ପୂଜର୍ଚନା କରି ବିଧିବଦ୍ଧ ଭାବରେ ଶୁଭଉଦଘାଟନ କରିଥିଲେ ।
ତୃତୀୟ ଜାତୟ ସମ୍ବଲପୁରୀ ସମ୍ବେଲନ୍ ର ଦିନ ତମାମ ହୋଇଥିବା ବିଭିନ୍ନ ଅଧିବେଶନ ରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ , ଗୁରୁଶ୍ରୀ ସତ୍ୟ ନାରାୟଣ ଜାତୀୟ ସମଲପୁରୀ ସମ୍ମାନ ପାଇଥିବା ସିନେ ଅଭିନେତା ତଥା ବିଶିଷ୍ଟ କବି ଅଟଲ ବିହାରୀ ପଣ୍ଡା, ବରଗଡ଼ ର ଧନୁଯାତ୍ରା ର କଂସ ମହାରାଜ ଭୁବନେଶ୍ବର ପ୍ରଧାନ, ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଲ, ସିନେ ଅଭିନେତା ଶୁଶୀଲ ମେହେର, ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ, ସୁନ୍ଦରଗଡ ବିଧାୟୀକା କୂସୁମ ଟେଟେ, ସୁନ୍ଦରଗଡ ର ରାଜମାତା ପଦ୍ମିନୀ ଶେଖର ଦେଓ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ପୁର୍ବତନ ବିଧାୟକ ଯୋଗେଶ ସିଂ, ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ମୋ ଓଡିଶା ପରିବାର ର ସୁନିତା ବିଶ୍ବାଳ, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ଡ. ପ୍ରମୋଦ ରଥ, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ର ସମ୍ପାଦକ ଶୋଏବ ଆଲାମ ସଂସ୍କୃତି ସଂଗଠକ ସନ୍ତୋଷ ଅମାତ ବରିଷ୍ଠ ସଂଗଠକ ରଞ୍ଜନ ପଟେଲ କଂଗ୍ରେସ ନେତା ପ୍ରଫୁଲ୍ଲ ସୁନାନୀ, ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଅଗ୍ରୱାଲ, ପ୍ରଫୁଲ୍ଲ ହୋତା, ସରୋଜ ଦାଶ, ପ୍ରଶାନ୍ତ ପାଟଯୋଶୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ସମ୍ବଲପୁରୀ ର ବରିଷ୍ଠ କବି ତଥା ଗୀତକାର ଶ୍ରୀଯୁକ୍ତ ଦୁର୍ଗା ମାଧବ ପଣ୍ଡା ଙ୍କୁ ଚଳିତ ବର୍ଷ ର ସମ୍ବେଲନ୍ ଆବାହକ ଭାବରେ ଦାୟିତ୍ବ ତୁଲାଇ ଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଶ୍ରୀଯୁକ୍ତ ଭବାନୀ ଭୋଇ ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି , ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ରୋଶନ କୁମାର ସାହୁ , ବିଭନ୍ନ ଅଧିବେଶନ କୁ ପରିଚାଳନା କରିଥିବା ବେଳେ ମନୋଜ ସାହୁ, ପ୍ରିୟଙ୍କା ଜେନା, କବିତା ସାହୁ, ଲିପସା ଦାସ, ସୁବାସ ମଝି, ପଙ୍କଜିନି ମେହେର, ଦେବାଶିଷ ବେହେରା ପ୍ରମୁଖ ବିବିଧ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ।
ସମାଜ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ସଂଗଠନ ଓ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି ସମ୍ମେଲନ୍ ରେ ସୁନ୍ଦରଗଡ ର ବିଭିନ୍ନ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ଓ ବ୍ୟକ୍ତି ବିଶେଷ ଙ୍କ ସମେତ ପଶ୍ଚିମାଞ୍ଚଳ ଏକତା ମଞ୍ଚ କେନ୍ଦ୍ରୀୟ କମିଟି ର ସମସ୍ତ କାର୍ଯ୍ୟକାର୍ତ୍ତା, ଝାରସୁଗୁଡା ଶାଖା ର ଅଜିତ କୁମାର ରଥ, ଙ୍କ ସମେତ ସମସ୍ତ କାର୍ଯ୍ୟକାର୍ତ୍ତା, ସୁନ୍ଦରଗଡ ଶାଖା ର ବିବେକ ନାଏକ, ରଞ୍ଜୁ ଠାକୁର, ଭୁପେନ ଅମାତ, ଗୋପଲ ପୃସେଠ, କିଶୋର ରଥ, ପ୍ରଦୀପ ଦତ୍ତ, ଆଲୋକ ସିଂ, ରାହୁଲ ପଟେଲ, ଶ୍ବାତି ପୁରୋହିତ, ଜନନୀ ମିଶ୍ର, ମେଘାଶ୍ରୀ ପଣ୍ଡା, ପ୍ରଶ୍ନଜିତ ସା, ନବୀନ ବଜାଜ, ଅମନ ଦାଶ, ଉଦ୍ଧବ ଭିତ୍ରିଆ, ସୁମିତ ସାହୁ, ପ୍ରବୀଣ ଚାୱଡ଼, ବିଶ୍ୱଜିତ ସାହୁ, ଶୁଭମ ଭିତ୍ରିଆ, ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
Comments are closed.