ଓଡ଼ିଶାରେ ୫ରାଜ୍ୟ ଫେରନ୍ତାଙ୍କ ପାଇଁ କଟକଣା
ଭୁବନେଶ୍ୱର : ଓଡ଼ିଶାକୁ ୫ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ କଟକଣା ଲାଗୁ ହୋଇଛି । ୫ ରାଜ୍ୟ ଯଥା – ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ରୁ ଫେରିଥିଲେ ଲାଗିବ କଟକଣା। ୫ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ACS ନିର୍ଦେଶ ଦେଇଛନ୍ତି।
୭ ଦିନ ହୋମ୍ ଆଇସୋଲେସନରେ ରହିବା ବାଧ୍ୟତାମୂଳକ । କିନ୍ତୁ କୋଭିଡ ନେଗେଟିଭ ରିପୋର୍ଟ ଥିଲେ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ ନୁହେଁ। ଟିକାକରଣର ପ୍ରମାଣପତ୍ର ଥିଲେ ହୋମ ଆଇସୋଲେସନ ଅନାବଶ୍ୟକ। ୭୨ ଘଣ୍ଟାର କୋଭିଡ ନେଗେଟିଭ ରିପୋର୍ଟ ଥିଲେ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି। କୌଣସି ଲକ୍ଷଣ ଥିଲେ RT-PCR ଟେଷ୍ଟ କରାଯିବ। ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ ବୋଲି କୁହାଯାଇଛି। ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା।
Comments are closed.