କଂଗ୍ରେସ ଭବନରେ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର,୨୫ ।୨: ଭୁବନେଶ୍ୱର କଂଗ୍ରେସ ଭବନରେ ଓବିସି ସେଲ ବୈଠକ ଚାଲିଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ଆସବାବ ଭଙ୍ଗାରୁଜା କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଓବିସି ସେଲର ପୂର୍ବତନ ଅଧ୍ୟକ୍ଷଙ୍କୁ ଘରେ ବନ୍ଦ କରିଛନ୍ତି କଂଗ୍ରେସ କର୍ମୀ ।

ତେବେ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁଚରଣ ବାରିକ ଏହି ବୈଠକ ଡାକିଥିଲେ । ବିଷ୍ଣୁ ବାରିକ ଦଳ ବିରୋଧୀ କାମ କରୁଥିବା ଅଭିଯୋଗ ହୋଇଥିଲା । ବୈଠକକୁ ବିରୋଧ କରି ପୋଷ୍ଟର ଚିରିଥିଲେ ଅନ୍ୟ ଏକ ଗୋଷ୍ଠୀ । ପୋଷ୍ଟର ଚିରିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବିଷ୍ଣୁ ବାରିକଙ୍କୁ ମାଡ ମାରିବାକୁ ମଧ୍ୟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।

Comments are closed.