ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ସହିଦ

ଛତିଶଗଡ,୨୫ ।୨: ମାଲକାନଗିରି ସୀମାନ୍ତ ଛତିଶଗଡରେ ୨ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ହୋଇଛି । ମାଓ ବିରୋଧୀ ଅପରେସନ ବେଳେ ୨ଟି ପୃଥକ ସ୍ଥାନରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡ ନାରାୟଣପୁରର ସୋନପୁରରେ ଡିଆରଜି ଯବାନ କନେର ଉସେଣ୍ଡି ସହିଦ ହୋଇଛନ୍ତି । ସୋନପୁରଠାରୁ ୩୦ କିଲୋମିଟର ଦୂରରେ ଅନ୍ୟ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଆଇଡି ବିସ୍ଫୋରଣରେ ଆଇଟିବିପି ଯବାନ ଏନ୍.ବାଲାଚାମୀ ସହିଦ ହୋଇଥିବା ଜଣାପଡିଛି । ସହିତ ୨ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସହିଦଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ନାରାୟଣପୁରର ଅବୁଝମଡ଼ ଓ ସୋନପୁର ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଡିଆରଜି ଓ ଆଇଟିବିପି ଯବାନଙ୍କ ଏକ ଟିମ୍ ଆଜି ସକାଳେ ଅବୁଝମଡର କାକୁର୍ ଅଞ୍ଚଳରେ କମ୍ବିଂ ଚଳାଇଥିଲେ । ସେଠାରେ ସୁରକ୍ଷାବାହିନୀ ଉପରେ ଅତର୍କିତ ଗୁଳି ଚଳାଇଥିଲେ ମାଓବାଦୀ । ଜଣେ ଯବାନ ସହିଦ ହୋଇଥିଲେ । ସୋନପୁର ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଜଣେ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।

Comments are closed.