ଏଥର ବୟସ୍କଙ୍କୁ ଟିକା, ମାର୍ଚ୍ଚ ୧ରୁ ମାଗଣା ଟିକାକରଣ
ନୂଆଦିଲ୍ଲୀ,୨୪ ।୨: କରୋନା ଟିକାକରଣକୁ ନେଇ ଆଜି ବଡ ଘୋଷଣା କରିଛି କେନ୍ଦ୍ର କ୍ୟାବିନେଟ । ଦେଶରେ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହେବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କ୍ୟାବିନେଟର ନିଷ୍ପତ୍ତିର ସୂଚନା ଦେଇ ଏହାର ଘୋଷଣା କରିଛନ୍ତି ।
ମନ୍ତ୍ରୀଙ୍କ କହିବା ମୁତାବକ, ୧ ମାର୍ଚ୍ଚରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଟିକାକରଣ ଆରମ୍ଭ ହେବ । ଦେଶର ୧୦ ହଜାର ସରକାରୀ ସେଣ୍ଟର ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ ହେବ । ସରକାରୀ କେନ୍ଦ୍ରରେ କରୋନା ଟିକା ମାଗଣାରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ସହ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ‘ଯେଉଁମାନେ ଘରୋଇ ଡାକ୍ତରଖାନାରେ କରୋନା ଟିକା ପାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ନିର୍ଦ୍ଦିଷ୍ଟ ଟଙ୍କା ଦେବାକୁ ପଡିବ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଟିକା ମୂଲ୍ୟ ସ୍ଥିର କରିବେ । ମନ୍ତ୍ରଣାଳୟ ବର୍ତ୍ତମାନ କରୋନା ଟିକା ନିର୍ମାତା ଓ ଡାକ୍ତରଖାନା ସହ ଆଲୋଚନା କରୁଛି । ଦଶରେ ଟିକାକରଣ କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ୬୭ ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ୧୪ ଲକ୍ଷରୁ ଅଧିକ ଲୋକଙ୍କୁ କରୋନାର ଦ୍ୱିତୀୟ ଡୋଜ୍ ଦିଆଯାଇଛି ।’
Comments are closed.