କୌଶଳ କ୍ରମେ ବୃଦ୍ଧାଙ୍କ ଠାରୁ ଲୁଟିନେଲେ ପେନସନ ଟଙ୍କା

କଟକ (ସାଲେପୁର) ବିକ୍ରମ କେଶରୀ ବଳ : କୌଶଳ କ୍ରମେ ବୃଦ୍ଧାଙ୍କ ଠାରୁ ଲୁଟିନେଲେ ପେନସନ ଟଙ୍କା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ସହର ଷ୍ଟେଟ ବ୍ୟାଙ୍କ ପାଖରେ ଥିବା କଲିକତା ସୁଇଟ୍ସ ଷ୍ଟଲରୁ। ବୃଦ୍ଧା ଜଣଙ୍କ ହେଲେ ଭୀମରାଜପୁରର ପ୍ରମିଳା ମଲ୍ଲିକ। ସୂଚାନୁସାରେ ବୃଦ୍ଧା ଜଣଙ୍କ ସାଲେପୁର ବଜାରରେ ଥିବା ୟୁକୋ ବ୍ୟାଙ୍କରୁ 14ହଜାର ପେନସନ ଟଙ୍କା ଉଠାଇ ସାଲେପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା କଲିକତା ସୁଇଟି ଷ୍ଟଲରେ ବ୍ୟାଗ ରଖି ଖାଉଥିବା ବେଳେ ଦୁବୃତ୍ତ ଜଣକ କୌଶଳ କ୍ରମେ ବ୍ୟାଗଟିକୁ ନେଇଯାଇଥିଲେ । ଏହି ଘଟଣାର ସମ୍ପୂର୍ଣ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏନେଇ ବୃଦ୍ଧା ଜଣଙ୍କ ସାଲେପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।

Comments are closed.