ଦଳିଦେଲା ହାତୀ, ଚାଲିଗଲା ମା’ ପୁଅଙ୍କ ଜୀବନ
କୁଚିଣ୍ଡା,୨୪ ।୨: ହାତୀ ଆକ୍ରମଣରେ ମା’ ପୁଅ ମୃତ, ବାପା ଗୁରୁତର । ଭୋଜପୁର ରେଞ୍ଜ ଗଡାକୁନା ଗାଁ ଅଖରାଦାନ ପଡାରେ ଘଟିଯାଇଛି ଏହି ଅଭାବନୀୟ ଅଘଟଣା । ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବାପାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ତେବେ ବାପା, ମା ଓ ପୁଅ ଏକ ଇଟାଭାଟିରେ ଶ୍ରମିକ ଭାବେ କରନ୍ତି । ଇଟା ଗଢିବାକୁ ଯାଇ ଏକ ଅସ୍ଥାୟୀ କୁଡିଆରେ ରହିଥିଲେ । ରାତିରେ ଶୋଇଥିବା ବେଳେ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା । ଇଟାଭାଟି ପାଖ କୁଡିଆରେ ଶୋଇଥିବା ବେଳେ ହାତୀ ଦଳିଦେଇଥିଲା । ମାଆ ରିନା ମୁଣ୍ଡା ହୋଇଥିବା ବେଳେ ପୁଅ ସହିଦ୍ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି ।
Comments are closed.