ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ଦନ୍ତା ହାତୀ

କଟକ,୧୯ ।୨: କଟକ ରେଭେନ୍‌ସାର ଦ୍ବିତୀୟ କ୍ୟାମ୍ପସରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ସିଡିଏ ସେକ୍ଟର -୧୩ରେ ନିର୍ମାଣାଧୀନ ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସ ଭିତରରେ ୨ଟି ହାତୀ ପ୍ରବେଶ କରି ବୁଲୁଥିବା ନେଇ ଆଜି ଜଣାପଡ଼ିଛି। ହାତୀ ଦୁଇଟି ଗତକାଲି ବିଳମ୍ବିତ ରାତିରେ ନରାଜସ୍ଥିତ ବ୍ରଜବିହାରୀପୁର ଗ୍ରାମ ଦେଇ ସହର ଭିତରକୁ ପ୍ରବେଶ କରିଥିଲେ। ଏହା ପରେ ୨ଟି ହାତୀ ସିଡିଏ ସେକ୍ଟର -୧୩ ରେଭେନ୍ସା କ୍ୟାମ୍ପସର ପାଚେରୀ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଉପଦ୍ରବ ସୃଷ୍ଟି କରିଥିଲେ। ମୁଣ୍ଡାସାହି ଲୋକଙ୍କଠାରୁ ଖବର ପାଇ ହାତୀ ଘଉଡାଇବାକୁ ବନ ବିଭାଗ ଉଦ୍ୟମ କରୁଛି । ସହର ଭିତରେ ହାତୀ ବୁଲୁଥିବାରୁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Comments are closed.