ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦିଆଯିବ ଫାଶୀ
ଭାରତକୁ ସ୍ୱାଧିନତା ମିଳିବା ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଅପରାଧିକ କାର୍ଯ୍ୟ ପାଇଁ ଫାଶି ଦିଆଯିବ । ଏଥିପାଇଁ ମଥୁରା ଜେଲ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ମଥୁରା ସ୍ଥିତ ଉତ୍ତର ପ୍ରଦେଶର ଏକମାତ୍ର ମହିଳା ହ୍ୟାଙ୍ଗଆଉଟରେ ଆମ୍ରୋହାରେ ରହୁଥିବା ଶବନମଙ୍କୁ ଫାଶୀ ଦିଆଯିବ । ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦେଇଥିବା ମେରୁତର ପୱନ ଜଲାଦ ମଧ୍ୟ ଫାଶୀ ଘରକୁ ଦୁଇଥର ଯାଞ୍ଚ କରିଛନ୍ତି । କିନ୍ତୁ ଫାଶୀ ହେବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।
ଆମ୍ରୋହା ନିବାସୀ ଶବନମ୍ ଏପ୍ରିଲ୍ ୨୦୦୮ ରେ ନିଜ ପ୍ରେମିକଙ୍କ ସହ ମିଶି କୁରାଢ଼ୀରେ ନିଜର ପରିବାରର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲାରେ ସୁପ୍ରିମ କୋର୍ଟ ଶବନମଙ୍କ ମୃତ୍ୟୁଦଣ୍ଡକୁ ସଂରକ୍ଷିତ ରଖିଥିଲେ । ରାଷ୍ଟ୍ରପତି ମଧ୍ୟ ତାଙ୍କ ଦୟା ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ତେଣୁ ଦେଶ ସ୍ୱାଧୀନତା ପରେ ଶାବନମ୍ ଫାଶୀ ପାଇବାକୁ ଯାଉଥିବା ପ୍ରଥମ ମହିଳା ବନ୍ଦୀ ହେବେ ।
Comments are closed.