ବଜେଟ୍ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭ ।୨ : ବିଧାନସଭାର ବଜେଟ୍ ଅଧିବେଶନ ନେଇ ଆସି ବସିଛି ସର୍ବଦଳୀୟ ବୈଠକ । ବିଧାନସଭାର କନଫରେନ୍ସ ହଲରେ ଏହି ସର୍ବଦଳୀୟ ବୈଠକ ବସିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ ବିରୋଧୀଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଅଛନ୍ତି । ଏହା ସହ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସ ଏଥିରେ ସାମିଲ ହୋଇଛନ୍ତି । ବଜେଟ୍ ଅଧିବେଶନ କେମିତି ଚାଲିବ, ସେନେଇ ଆଲୋଚନା ଚାଲିଛି ।

ତେବେ ଫେବ୍ରୁଆରି ୨୨ ତାରିଖରେ ବଜେଟ୍ ଗୃହରେ ଉପସ୍ଥାପନ ହେବ । ଏହି ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବଜେଟ୍ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସରକାରଙ୍କ ବର୍ଷକର ଉପଲବ୍ଧି ନେଇ ଗୃହରେ ଅଭିଭାଷଣ ରଖିବେ ।

Comments are closed.