ରେଙ୍ଗାଲିରେ ୟୁଉଥ ଫର ଏକ୍ସସନର ବୈଠକ ଅନୁଷ୍ଠିତ

ରେଙ୍ଗାଲି, ରମାକାନ୍ତ ବିଶ୍ୱାଳ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସ୍ଥିତ ହୋଟେଲ ସ୍ପାଇସିର କନଫରେନ୍ସ ହଲରେ ଶନିବାର ୟୁଉଥ ଫର ଏକ୍ସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଵୈଠକରେ ରେ ୟୁଉଥ ଫର ଏକ୍ସସନର ରାଜ୍ଯ ସଂଯୋଜକ ସୁଜିତ ସିଂ ଅତିଥି ଭାବରେ ଯୋଗ ଦେଇଥିଲେ । ବୈଠକରେ ଅନ୍ଯମାନଙ୍କ ମଧ୍ଯରେ ଯୁବ ସଂଗଠକ ଉତ୍ତମ କୁମାର ବିଶ୍ବାଳ , ସାର୍ଥକ ମୁନି , ସନ୍ତୋଷ ସାହୁ , ମାନସ ସାଲିମା , ଆଦିତ୍ଯ ସ୍ବାଇଁ ,ରୋହନ ମହାଣା , ଶିବା ବେହେରା , ସୁରଜ ବିଶ୍ବାଳ , ସୁଭମ ବିଶ୍ବାଳ , ସଂଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ବିଶେଷ କରି ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡିଶାର ବେକାର ଯୁବକ ଯୁବତୀ ମାନଙ୍କୁ କିଭଳି ଭାବରେ ଆତ୍ମ ନିର୍ଭରଶୀଳ କରି କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ ସେ ଉପରେ ଆଳୋଚନା କରାଯାଇଥିଲା । ଏଥିସହ ଯେପରି ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୄଷ୍ଠି ହୋଇପାରିବ ସେ ନେଇ ସଂଗଠନ କାଯ୍ୟ କରିବ ବୋଳି ଵୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଗାମୀ ଦିନର ଜିଲ୍ଲାରେ ବେକାର ଥିବା ଯୁବକ ଯୁବତୀ ମାନେ ଯେପରି ନିଜ ପରିବାର ଉପରେ ବୋଝ ନ ହୋଇ ନିଜ ଗୋଡରେ ନିଜେ ଠିଆ ହୋଇ ଅନ୍ଯ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବେ ସେନେଇ ସଂଗଠନ ସବୁ ପ୍ରକାର ସାହାଯ୍ୟ କରିବ ବୋଲି ଘୋଷଣା କରାଯାଇଥିଲା ।

Comments are closed.