ମୋ ଚାଟଶାଳୀ ଅଭିଯାନ ଶୁଭାରମ୍ଭ

ମାଲକାନଗିରି , ଅପୂର୍ବ ଥଣ୍ଡର :ମାଲକାନଗିରି,ଶ୍ରମଜିଵୀ ସଙ୍ଗଠନ ଓ ମହିଳା ଶ୍ରମଜିବୀ ସଙ୍ଗଠନ,ମାଲକାନଗିରି ପଷରୁ ୭ ଗୋଟି ବ୍ଲକର ଵିଭିନ୍ନ ଗ୍ରାମରେ ମୋ ଚାଟଶାଳୀ ଅଭିଯାନ ର ଶୁଭାରମ୍ଭ ପଞ୍ଚାୟତ ପ୍ରତିନିଧି, ସଙ୍ଗଠନ ର ସଭାପତିଙ୍କ ଦ୍ଵାରା କରାଯାଇଛି। କୋରନା ମହାମାରୀ ଯୋଗୁଁ ପ୍ରାୟ ୧ ଵର୍ଷ ହେବ ପିଲା ମାନଙ୍କ ପାଠପଢା ଏକରକମ ଠପ୍ ହୋଇଯାଇଛି।ଯାହାଦ୍ୱାରା ଗ୍ରାମାଞ୍ଚଳ ପିଲାମାନଙ୍କ ପାଠପଢା ପଛେଇ ଯାଇଛି। ଏଥିପାଇଁ ମାଲକାନଗିରି ସଙ୍ଗଠନ ପଷରୁ ମୋଟ ୮୫୬ ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲା ଯାଇ ଶିକ୍ଷା ବ୍ୟବସ୍ଥା ରେ ସୁଧାର ଆଣିଵା ,ଶିକ୍ଷାରେ ଦୁର୍ବଳ ଥିବା ୧ମ ରୁ ପଞ୍ଚମ ଶ୍ରେଣୀ ର ପିଲା ମାନଙ୍କ ଗୁଣାତ୍ମକ ଶିକ୍ଷା ଦାନ ଦ୍ବାରା ସମାନ ସ୍ତରକୁ ଆଣିବା, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ଭିତରେ ଯେମିତିକି କୈଣସି ତାରତମ୍ୟ ନ।ରହିବ ସେଥିପାଇଁ ଉଦ୍ୟମ କରାଯିବ। ଏହି ଅଭିଯାନ ରେ ଆମ ରାଜ୍ୟର ୧୭ ଗୋଟି ଆଦିବାସୀ ଓ ପଛୁଆ ଜିଲ୍ଲାର ୧ ଲକ୍ଷ ଛାତ୍ରଛାତ୍ରୀମାନେ ଉପକୃତ ହେବେ।ରାଜ୍ୟରେ ୭୫୦୦ ଚାଟଶାଳୀ କେନ୍ଦ୍ର ଖୋଲା ଯାଇ ୧୫ହଜାରରୁ ଉର୍ଦ୍ଧ୍ବ ଶିକ୍ଷା ସ୍ୱଛାସେଵୀ ଙ୍କୁ ନେଇ ଆରମ୍ଭ ହୋଇଛି ବୋଲି ସଙ୍ଗଠନ ପଷରୁ କୁହାଯାଇଛି। ଅଭିନଵ ଉପାୟରେ ଗ୍ରାମର ଲୋକମାନେ ମିଳିମିଶି ନିଜ ପିଲାମାନଙ୍କୁ ମୁଠି ଚାଉଳ ଦେଇ ଶିକ୍ଷା ର ମୂଳ ଭିତିକୁ ଵୁଝି ଅଭିଯାନରେ ସାମିଲ ହୋଇଛନ୍ତି।ଶ୍ରମଜିବୀ ଓ ମହିଳା ଶ୍ରମଜିଵୀ ସଙ୍ଗଠନ ସହ ଓଡିଶା ଶ୍ରମଜିବୀ ମଞ୍ଚ ଞ ମହିଳା ଶ୍ରମଜିବୀ ମଞ୍ଚ ଯୋଡ଼ି ହୋଇଛି।ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ର ସଭାପତି ଘାସୀରାମ ଗୁଟା , ଭାଗିରଥି ପାଟନିଆ , ଗାଙ୍ଗୀ ମାଢି, ନରସିଂହ ମାଢି, ଶାନ୍ତି ବେକ , ରାଲୀ ଖିଲ, ବୁଟୁକି ବେହେରା, ସହ ଶିକ୍ଷାସ୍ୱଛାସେଵୀ , ଗ୍ରାମ ବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments are closed.