ଭାଟସାହି କ୍ରିକେଟ୍ ଟୁର୍ଣାମେଣ୍ଟରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ

ନୂଆଗାଁ, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଭାଟସାହି ବ୍ରଦର୍ସ ଇଲେଭେନ୍ କ୍ରିକେଟ୍ କ୍ଲବ ତରଫରୁ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣା ମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ତି ବାଉଁଶ ଗାଡିଆ କ୍ରିକେଟ୍ ଟିମ୍ ସହିତ ଘୁଣ୍ଟା ସାହି କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥିବାବେଳେ ଘୁଣ୍ଟାସାହି କ୍ରିକେଟ୍ ଟିମ୍ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଟିକୁ ଜି ତିି ନେଇଥିଲା।ପ୍ରଥମେ ଘୁଣ୍ଟା ସାହି କ୍ରିକେଟ୍ ଟିମ୍ ବ୍ୟାଟିଂ କରି ୫୩ ରନ୍ ସଂଗ୍ରହ କରିଥିବା ବେଳେ ବାଉଁସଗାଡିଆ କ୍ରିକେଟ୍ ଟିମ୍ ୫୨ ରନ୍ ସଂଗ୍ରହ କରି ଏକ ରନ୍ ରେ ମ୍ୟାଚ୍ ଟିରେ ପରାଜିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜୟୀ ଦଳ ଘୁଁଟା ସାହି କ୍ରିକେଟ୍ ଟିମ୍ କୁ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ପରାଜିତ ଦଳ ବାଉଁଶ ଗାଡିଆ କ୍ରିକେଟ୍ ଟିମ୍ କୁ ୩ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥିଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟ କ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଉପ ସଭାପତି ମୂରଲୀଧର ଜେନା,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ଚନ୍ଦ୍ର ସାହୁ,ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ।ଏହି ଫାଇନାଲ ମ୍ୟାଚ୍ ରେ ଈଲେଭେ ନ କ୍ରିକେଟ୍ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Comments are closed.