ବଡ ଖବର: ଏପ୍ରିଲ ମାସରୁ ଦେଶରେ ଗଡିବ ସମସ୍ତ ଟ୍ରେନ

କରୋନା ସଂକ୍ରମଣ କମୁଥିବାରୁ ଦେଶରେ ଜାରି ହୋଇଥିବା କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରେଳଯାତ୍ରୀମାନଙ୍କ ପାଇଁ ଆସିଛି ଖୁସି ଖବର । ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏପ୍ରିଲ ମାସ ୧ ତାରିଖରୁ ସବୁ ପାସେଞ୍ଜର ଟ୍ରେନ ଚାଲିବ । ଏହା ମଧ୍ୟରେ ଜେନେରାଲ , ଶତାବ୍ଦୀ ଓ ରାଜଧାନୀ ଭଳି ଟ୍ରେନ ବି ସାମିଲ ରହିବ । ଏନେଇ ରେଳ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କୁହାଯାଇଛି । ରେଳ ଚଳା ଚଳ ସ୍ୱାଭାବିକ ହେବା ପରେ କରୋନା ପୂର୍ବରୁ ଯେଭଳି ଭଡା ଥିଲା ତାହା ପୁଣି ଲାଗୁ ହେବ । ଯାତ୍ରୀମାନଙ୍କ ପାଇଁ ଶସ୍ତା ହେବ ଟିକେଟ ।

ତେବେ ଏପ୍ରିଲ ମାସରେ ହୋଲି ପର୍ବ ଥିବାରୁ ରେଳଯାତ୍ରୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଯାହାକୁ ନେଇ ରେଳ ବିଭାଗ ଶତ ପ୍ରତିଶତ ରେଳ ଚଳାଇବାକୁ ପ୍ରସ୍ତୁତ ହେଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ୬୫ ପ୍ରତିଶତ ପାସେଞ୍ଜର ଟ୍ରେନ୍ ଚାଲିଛି ।

Comments are closed.