ଏଣିକି ଘରେ ମଦ ପହଞ୍ଚାଇବ UBER

ନୂଆଦିଲ୍ଲୀ,୪ ।୨: ମଦୁଆଙ୍କ ପାଇଁ ଆସିଛି ଖୁସି ଖବର । ଅନ୍‌ଲାଇନ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଉବର ବର୍ତ୍ତମାନ ଲୋକଙ୍କ ଘରେ ନେଇ ମଦ ପହଞ୍ଚାଇବ । ଏହି କମ୍ପାନୀ ୧.୧ ବିଲିୟନ ଡଲାରରେ ସ୍ଥାନୀୟ ମଦ ଦୋକାନରୁ ମଦ ନେଇ ଲୋକଙ୍କ ଘରେ ପହଞ୍ଚାଇବ। କିନ୍ତୁ ସିବିଧା ଭାରତବାସୀ ନୁହେଁ ବରଂ ଆମେରିକାବାସୀ ଉପଭୋଗ କରିବେ । ଏଥିନିମନ୍ତେ କମ୍ପାନୀ ଷ୍ଟୋରଫ୍ରଣ୍ଟ ଡ୍ରାଜଲି ଅଧିଗହଣ ପାଇଁ ପ୍ରସ୍ତୁତି କରୁଛି। ଲୋକଙ୍କୁ ଉବର ଯୋଗାଇବା ପରେ ସେମାନଙ୍କ ଜୀବନକୁ ଆଉ ଟିକିଏ ସହଜ କରିବା ପାଇଁ ଆମର ଏ ପ୍ରୟାସ ବୋଲି ସିଇଓ କୁହନ୍ତି।

ତେବେ ଡ୍ରାଜଲିକୁ ଉବର ଇଟ୍‌ସ ଆପ୍‌ରେ ଯୋଡ଼ାଯିବ । ଯେଉଁଥିରେ ଯେ କୌଣସି ଲୋକ ମଦ ଅର୍ଡର କରିପାରିବେ। ଏହି ପ୍ଲାଟ୍‌ଫର୍ମ ଖାଦ୍ୟ ଏବଂ ପାନୀୟ ଦୁଇଟି ଯାକ ଡେଲିଭରି କରିବା ପାଇଁ ‘ଓ୍ବାନ୍‌ ଷ୍ଟପ୍‌ ଶପ୍‌’ ରୂପରେ କାର୍ଯ୍ୟ କରିବ। ଆମେରିକାର ଉବର କ୍ରମାଗତ ଭାବେ କ୍ଷତି ସହି ଆସୁଛି। ତେଣୁ ଏହି ନୂତନ ବ୍ୟବସାୟ ମାଧ୍ୟମରେ କମ୍ପାନୀର ସିଇଓ ଦାରା ଖୋସ୍ତ୍ରୋଶାହି ଲାଭବାନ ହେବାକୁ ଚେଷ୍ଟା ଚଳାଇଛନ୍ତି ।

Comments are closed.