ଝରାଫୁଲ ମୃତ୍ୟୁ ମାମଲା : ଡେମୋ ଦେଖାଇଲା ରାକେଶ
ଭୁବନେଶ୍ୱର, ୨ା୨ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ କୁଆଖିଆ ପୋଲିସର ତନାଘନା ଜାରି ରଖିଛି । ଏହି ମାମଲାରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଯାଜପୁରର ମୂଳାପାଳକୁ ନେଇଛି । ପୋଲିସ ଝରାଫୁଲ ମୃତ୍ୟୁ ଘଟଣାକୁ ନେଇ ସିନ୍ ରିକ୍ରିଏଟ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରାକେଶକୁ ନେଇ ସିନ୍ ରିକ୍ରିଏଟ କରିଛି କୁଆଖିଆ ପୋଲିସ । ମୃତଦେହ ଫିଙ୍ଗିଥିବା ମୂଳାପାଳ ନିକଟରେ ସିନ୍ ରିକ୍ରିଏଟ କରି ଦେଖାଇଛି ଅଭିଯୁକ୍ତ ରାକେଶ ସ୍ୱାଇଁ । କେମିତି ମୃତଦେହ ନେଇ ଫିଙ୍ଗିଥିଲା, ତାହାକୁ ଡେମୋ କରି ଦେଖାଇଛି ଅଭିଯୁକ୍ତ ।
ତେବେ ଅଭିଯୁକ୍ତରାକେଶକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇଛି କୁଆଖିଆ ପୋଲିସ । ସକାଳୁ ରାକେଶକୁ ଜେରା କରୁଛି ପୋଲିସ । ଝରାଫୁଲଙ୍କ ବାପାଙ୍କ ସହ ମୁହାଁମୁହିଁ ବସାଇ ପଚରାଉଚରା କରାଯାଇଥିଲା । ଝିଅ ସହ ରାକେଶର ପ୍ରେମ ସମ୍ପର୍କ ବାବଦରେ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । କୁଆଖିଆ ଥାନାରେ ଦୁହିଁଙ୍କୁ ଏକାଠି ବସାଇ ଜେରା ଚାଲିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଯାଜପୁର-କୁଆଖିଆ ମୂଳାପାଳ ଦିଆଲିଖଣ୍ଡି ରାସ୍ତା କଡରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ସିସିଟିଭି ଭିଜୁଆଲ୍ ରୁ ଅପରାଧୀଙ୍କୁ ଚିହ୍ନଟ କରିଥିଲା ପୋଲିସ । ସିସିଟିଭି ଭିଜୁଆଲରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।
Comments are closed.