ଦୁଇ ବର୍ଷ ହେଲା ବିଲ ପୈଠ ବିଳମ୍ବକୁ ନେଇ ବ୍ଲକ ସଂମ୍ମୁଖରେ ଅନଶନ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଜିଲ୍ଲାର ଏମ ରାମପୁର ବ୍ଲକ ସଂମ୍ମୁଖରେ ଆମରଣ ଅନଶନ l ଗତ 2ବର୍ଷ ହେଲା ବ୍ଲକ ଅଧୀନରେ ହୋଇ ଥିବା ଏକ ଖଳା କାମର ବିଲ ପଇଠରେ ବିଳମ୍ବକୁ ନେଇ ନୁନପୁର ଗାଁର ହଳଧର ରଣା ନାମକ ବ୍ୟକ୍ତି ଆମରଣ ଅନଶନ କରିଛନ୍ତି l ନୁନପୁର ପଂଚାୟତ ଅଧୀନ ତାଲିଜୋର ନିକଟରେ ସାତ ଲକ୍ଷ ବତିଶ ହଜାର ଖଳା ନିର୍ମାଣ ପାଇଁ ବିଡିଓ ରୁମନା ଜାଫ୍ରି ନୁନପୁର ଗ୍ରାମର ହଳଧର ରଣା ନାମକ ବ୍ୟକ୍ତିଙ୍କୁ କହିଥିଲେ l ବ୍ୟକ୍ତି ଜଣକ ବିଡିଓଙ୍କ କଥାକୁ ମାନି ନିର୍ମାଣ କାମ ସଂପୂର୍ଣ କରିଥିଲେ l କିନ୍ତୁ ଆଜକୁ 2ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ କାମର ବିଲ ପଇଠ ହୋଇପାରିନାହିଁ l ଉକ୍ତ କାମ ର ବିଲକୁ ବିଭାଗୀୟ କନିଷ୍ଟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ, ପିଡି ଡିଆରଡିଏ ପାସ କରିଥିଲେ ହେଁ ବିଡିଓ ଆକ୍ରୋଶ ମୂଳକ ଭାବେ ଦସ୍ତଖତ କରୁନାହାନ୍ତି ବୋଲି ହଳଧର ରଣା ଅଭିଯୋଗ କରିଛନ୍ତି l ବାରମ୍ବାର ବିଡିଓ ଙ୍କୁ କହିଲେ ସୁଦ୍ଧା ସୁଫଳ ମିଳୁନାହିଁ lତେଣୁ ଆଜି ଶ୍ରୀ ରଣା ବ୍ଲକ ସଂମୁଖରେ ବିଲ ପଇଠ ଯେତେ ଦିନ ପର୍ଯ୍ୟନ୍ତ ନହୋଇଛି ଆମରଣ ଅନଶନ ରେ ବସିବେ ଓ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି l

Comments are closed.