ବଜେଟ୍ ୨୦୨୧-୨୨ : ଚାଷୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ, ୧ା୨ : ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବଡ ଘୋଷଣା ହୋଇଛି । ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନରେ କହିଛନ୍ତି, ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି । ଚାଷୀଙ୍କ ଆୟ ଦେଢ ଗୁଣ ବଢାଇବାକୁ ବ୍ୟାପକ ପଦକ୍ଷେପମାନ ନିଆଯାଇଛି । ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରୟାସ । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ । ଚାଷୀଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯିବ । ଚାଷୀଙ୍କ ଆୟକୁ ଦୁଇଗଣ କରିବାକୁ ବଜେଟରେ ଲକ୍ଷ୍ୟ ରଖାଯାଇଛି । ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଟଙ୍କା ଦିଆଯାଇଥିଲା । ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧,୪୧,୯୩୦ କୋଟି ଟଙ୍କା ମିଳିଛି । ଏଫୱାଇ-୨୧ ଗହମ ପାଇଁ ୭୫,୦୬୦ କୋଟି । ଏଫୱାଇ-୨୦ ପାଇଁ ୬୨,୮୦୨ କୋଟି ।ଏଫୱାଇ-୨୧ ଧାନ କିଣିବା ପାଇଁ ୧,୭୨ ୭୫୨ କୋଟି ।ଏହାଦ୍ୱାରା ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କର ଆୟ ଦ୍ୱିଗୁଣିତ ହେବ । ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି । ଚଳିତବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା ରହିଛି ।’

ଏହା ସହ କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ରହିଛନ୍ତି । ୭ ବର୍ଷରେ ଦୁଇଗଣରୁ ଅଧିକ ଧାନ କିଣାଯାଇଛି । ନ୍ୟୁମତମ ସମର୍ଥନ ମୂଲ୍ୟ ଉପରେ କୃଷକଙ୍କ ଉତ୍ପାଦ ପ୍ରକ୍ରିୟାର ବୃଦ୍ଧି ଜାରି ରହିବ । ୨୦୨୦-୨୦୨୧ରେ କୃଷକଙ୍କ ଠାରୁ ୧.୭୨ ଲକ୍ଷ କୋଟି ଟଙ୍କାର ଧାନ କିଣାଯାଇଥିବା ଅର୍ଥମନ୍ତ୍ରୀ ଏହି ବଜେଟ୍‌ ସେସନ୍‌ରେ କହିଛନ୍ତି । ଏହା ସହ ୨୦୨୦-୨୧ରେ ୭୫ ହଜାର କୋଟି ଟଙ୍କା ଗହମ ଚାଷୀଙ୍କୁ ଦିଆଯାଇଛି । ସେହିଭଳି ୨୦୨୦-୨୧ରେ କପା ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ କରାଯିବ। ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତରେ କୃଷକଙ୍କୁ ଜମି ପଟା ଦିଆଯାଉଛି ।୨୦୨୦-୨୧ ମଧ୍ୟ ଏହା ଜାରି ରହିବ । ପଶୁ ପାଳନ,ମତ୍ସ୍ୟ ଚାଷ ପାଇଁ ଆର୍ଥିକ ସହାୟତା ବଢାଯିବ । ନାବାର୍ଡ ଅନ୍ତର୍ଗତରେ ମିଳୁଥିବା ରାଶି ୫ ହଜାର କୋଟିକୁ ବୃଦ୍ଧି କରାଯାଇଛି । ଖରାପ ହେଉଥିବା ଫସଲକୁ ଅପରେସନ ଗ୍ରୀନରେ ସାମିଲ କରାଯିବା । ଇନାନ୍ ଅନ୍ତର୍ଗତରେ ଅଧିକ ୧ ହଜାର ମଣ୍ଡିକୁ ସାମିଲ କରାଯିବ । ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡକୁ ବୃଦ୍ଧି କରାଯିବ । ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed.