ଆଜି କେନ୍ଦ୍ର ବଜେଟ, ଜାଣନ୍ତୁ କଣ ରହିଛି ଓଡ଼ିଶାର ଦାବି ?
ନୂଆଦିଲ୍ଲୀ,୧ ।୨: ଦେଶର ସାଧାରଣ ବଜେଟ୍ ଆଜି ଆଗତ ହେବ ।୨୦୨୧-୨୨ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ବଜେଟ ପୂର୍ବରୁ ଆରମ୍ଭ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । କ୍ୟାବିନେଟ୍ ବୈଠକରେ ବଜେଟକୁ ଅନୁମୋଦନ ମିଳିବ । ଅନ୍ୟପଟେ ବଜେଟ ଆଗତ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି । ଆଜି ସରକାରଙ୍କ ପକ୍ଷରୁ ପ୍ରଥମ ପେପରଲେସ୍ ବଜେଟ୍ ଉପସ୍ଥାପିତ ହେବ ।
ତେବେ ବଜେଟରେ ଓଡିଶାର ଭାଗ କ’ଣ ରହିବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ରାଜ୍ୟରେ ରେଳବାଇର ବିକାଶ ନେଇ ଭଲ ଅର୍ଥ ମିଳିବା ନେଇ ଆଶା କରାଯାଉଛି । ୬ ହଜାର ୨ ଶହ କୋଟିର ରେଲୱେ ଅନୁଦାନ ନେଇ ଓଡିଶା ଦାବି କରିଛି । ଇଣ୍ଟରନେଟ୍, ଟେଲି ଯୋଗାଯୋଗ ପାଇଁ ୫୬୫୦ କୋଟିର ଦାବି ରହିଛି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି । ଖଣିଜ ପଦାର୍ଥ ରୟାଲିଟି ହାର ବୃଦ୍ଧି ନେଇ ରାଜ୍ୟ ସରକାର ଆଶବାଦୀ ଅଛନ୍ତି । ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ଲାଗି ଅଧିକ ଅର୍ଥ ଦାବି କରାଯାଇଛି ।
ତେବେ ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ କେନ୍ଦ୍ର ବଜେଟକୁ ମିଳିଛି ମଞ୍ଜୁରି । ସାଧାରଣ ବଜେଟ ପୂର୍ବରୁ ଆରମ୍ଭ ହୋଇଥିଲା କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । କିଛି ସମୟ ପରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। ଅନ୍ୟପଟେ ବଜେଟ ଆଗତ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି । ଆଜି ସରକାରଙ୍କ ପକ୍ଷରୁ ପ୍ରଥମ ପେପରଲେସ୍ ବଜେଟ୍ ଉପସ୍ଥାପିତ ହେବ ।
Comments are closed.