ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ,୨୯ା୧ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରାଯାଇଛି। ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଚଢାଉ ଜାରି ରହିଛି। ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଆରଆଇଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସହ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।ପେଣ୍ଠକଟାରେ ଗୋଟିଏ ଘରେ ଓ ଗୁଣ୍ଡିଚା ମନ୍ଦିର ସମ୍ମୁଖ ୨ଟି ଘରେ , କେନ୍ଦ୍ରାପଡା ପୈତୃକ ଘର, ବାଲିଘାଟ ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି। ଜମି କିଣାବିକାରେ ମୂଲ୍ୟବାନ ଜମିର ବେଆଇନ କିଶମ ପରିବର୍ତ୍ତନ କରିବା, ଜମି ଅଦଳବଦଳ କରିବା ଆଦି ଅଭିଯୋଗ ତାଙ୍କ ନାମରେ ଆସିଥିଲା । ବାରମ୍ବାର ଏପରି ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।

ତେବେ ଭିଜିଲାନ୍ସ ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ପହଞ୍ଚି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ଯାଞ୍ଚ କରିଛି । ଭୁବନେଶ୍ୱରର ଏକ ଟିମ୍ ଚଢାଉ ଜାରି ରଖିଛି । ବସନ୍ତ ମହାନ୍ତିଙ୍କ ବଡ଼ ଭାଇ ରାଜନଗର ବ୍ଲକ କୁରୁଂଟି ପଞ୍ଚାୟତର ସମିତି ସଭ୍ୟ ଅଛନ୍ତି ।

Comments are closed.