ଦିଦିଙ୍କ ବଗିଚାରେ ମଶା ଦାଉରୁ ରକ୍ଷା ନିମନ୍ତେ ବ୍ୟବହୃତ ସରକାରୀ ମସାରି
ସରକାର କା ମାଲ ଦରିଆ ମେ ଡାଲ । ସରକାରୀ ମସାରି ନିଜ ବଗିଚାରେ ଲଗାଇଛନ୍ତି ସରକାରୀ ଦିଦି । ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାରେ। ଦିଦି ଜଣକ ହେଉଛନ୍ତି କୁଡୁମୁଲୁ ଗୁମ୍ମା (ସିଏଚସି ) ଅଧୀନରେ ଥିବା ବକୁଳି ସବ୍ ସେଣ୍ଟରର ଦିଦି ଶକୁନ୍ତଳା ଦେବୀ । ଘରେ ଯେଉଁ ମସାରି ବ୍ୟବହାର କରାଯିବା କଥା ଏଠି ଦିଦି ତାକୁ ବଗିଚା କୁ ମଶା ଦାଉରୁ ରକ୍ଷା କରାଉଛନ୍ତି। ସରକାର ଲୋକଙ୍କ ସ୍ୱାସ୍ଥ୍ୟ କୁ ନେଇ ବଡ଼ ବଡ଼ କଥା କହୁଥିବା ବେଳେ ଏଠି ଏହାର ବିପରୀତ ଅଵସ୍ତା ଦେଖିବାକୁ ମିଳିଛି। ନୀରିହ ଆଦିବାସୀଙ୍କ ପାଇଁ ଆସୁଥିବା ମସାରି ଲୋକଙ୍କୁ ବାଣ୍ଟିବା ବଦଳରେ ଏଠି ଦିଦି କିପରି ନିଜର ବଗିଚା ରେ ବ୍ୟବହାର କରିଛନ୍ତି, ଏହା ଏକ ଲଜ୍ଜା ଜନକ ବିଷୟ । ଲୋକଙ୍କୁ ଦେଉଥିବା ମସାରି ସତରେ କଣ ଲୋକ ପାଉନାହାନ୍ତି ନା ସେମାନଙ୍କର ଦରକାର ପଡୁନି, ଏହା ଏବେ ବୁଦ୍ଧିଜୀବୀ ତଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଣୁ ଏପରି ଦିଦିମାନଙ୍କ ପ୍ରତି ସରକାରଙ୍କ ପକ୍ଷରୁ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି ସାଧାରଣରେ ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି।
Comments are closed.