ବିଜୟ ପରେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍ ଦେଲା BCCI

ନୂଆଦିଲ୍ଲୀ,୧୯ ।୧: ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଐତିହାସିକ ବିଜୟ ହାସଲ କରିଛି ଭାରତ । ବ୍ରିସ୍‌ବେନ୍‌ରେ ମ୍ୟାଚ୍‌ ସହ ସିରିଜ ହାତେଇଲା ଭାରତ । ୪ ଟିକିଆ ସିରିଜକୁ ୨-୧ରେ ଜିତିଛି ଭାରତ । ଭମନ ଗିଲ ୯୧ ଓ ରିଷଭ ପନ୍ତଙ୍କ ଅପରାଜିତ ୮୯ ରନ୍ କରିଛନ୍ତି । ବିଦେଶ ମାଟିରେ ଇତିହାସ ରଚିଛି ଭାରତ । ବିଜୟ ସହ ଦ୍ୱିତୀୟ ସ୍ଥାନକୁ ଉଠିଛି ଭାରତ । ଭାରତର ଐତିହାସିକ ବିଜୟ ନେଇ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ଭାରତ ବିଜୟକୁ ନେଇ ମୁଁ ବହୁତ ଖୁସି । ସେପଟେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଜନାଥ ସିଂ ।

ତେବେ ଭାରତୀୟ ଦଳର ସ୍ମରଣୀୟ ବିଜୟ ପାଇଁ ପୁରସ୍କାର ଘୋଷଣା କରାଯାଇଛି ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍ ଘୋଷଣା କରିଛି BCCI । ଏହି ବିଜୟ ଭାରତୀୟ କ୍ରିକେଟ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ବୋର୍ଡ଼ ସମ୍ପାଦକ ଜୟ ଶାହା ।

Comments are closed.