ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୨ ।୧: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖୋଳିବା ପାଇଁ ଥାଇଲାଣ୍ଡରେ ଥିବା ବେଳେ ସେଠାରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନା ପଜିଟିଭ୍ ହେବା ପରେ ସାଇନାଙ୍କୁ ବଡ ଝଟକା ଲାଗିଛି । କାରଣ ୧୨ରୁ ୧୭ ମଧ୍ୟରେ ୟୋନେକ୍ସ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହାପରେ ୧୯ରୁ ୨୪ ଜାନୁଆରୀ ମଧ୍ୟରେ ଟୋୟୋଟା ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ଓ ୨୭ରୁ ୩୧ ଜାନୁଆରୀ ମଧ୍ୟରେ ବିଡବ୍ଲୁଏଫ୍ ଫାଇନାଲ ଖେଳାଯିବ ।
କରୋନା ମହାମାରୀ କାରଣ ପାଇଁ ପ୍ରଭାବିତ ହୋଇଥିବା ଗତ ୧୦ ମାସ ପରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲ ଆଜିଠାରୁ ଥାଇଲାଣ୍ଡ ଓପନ୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟରୁ ପ୍ରତିଯୋଗିତାମୂଳକ ମ୍ୟାଚରେ ପୁଣି ଫେରିଥାନ୍ତେ ।
Comments are closed.