ଆଜି ଓଡିଶା ଆସୁଛି ଟିକା

ଭୁବନେଶ୍ୱର,୧୨ ।୧: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବା ନେଇ ଘୋଷଣା ପରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ଆଜି ଓଡ଼ିଶାକୁ ଆସୁଛି କୋଭିଡ ଟିକା । ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନରେ ପୁଣେରୁ ଭୁବନେଶ୍ବର ଆସୁଛି ଟିକା । ଅପରାହ୍‌ଣ ୪ଟା ୨୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ ଟିକା । କୋଭିସିଲ୍ଡ ଭ୍ୟାକସିନ ୧୦ ଡୋଜ ଓ ୪୦ ହଜାର ୮୦୦ ଭାଏଲସ ଆସୁଛି । ଏ ନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ସୁରକ୍ଷା ଓ ପରିବହନ ବ୍ୟବସ୍ଥା ଠିକ୍ ଭାବେ କରିବାକୁ ଚିଠି ଲେଖାଇଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ବା ACS ପ୍ରଦୀପ୍ତ ମହାପାତ୍ର ।

ତେବେ ଦେଶର ୬୦ଟି ସ୍ଥାନକୁ ଏହି ଟିକା ପଠାଯିବ । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସୁଛି । ବିମାନରେ ୪୦ଟି ବାକ୍ସରେ କରୋନା ଟିକା ଆସୁଥିବା ବେଳେ ଓଜନ ପ୍ରାୟ ୧୨୮୦ କିଲୋଗ୍ରାମ ରହିଛି । ଟିକା ଆସିବା ପରେ ରାଜ୍ୟ ସଂଗ୍ରହାଳୟରେ ରଖାଯିବ ବୋଲି ଜଣାପଡ଼ିଛି । ଆଜି ପଠାଯାଇଥିବା ସହର ମଧ୍ୟରେ ରହିଛି ଭୁବନେଶ୍ବର, ଦିଲ୍ଲୀ, ଅହମଦାବାଦ, କୋଲକାତା, ଚେନ୍ନାଇ, ବାଙ୍ଗାଲୁରୁ, କର୍ନାଲ, ହାଇଦ୍ରାବାଦ, ବିଜୟଓ୍ବାଡ଼ା, ଗୁଆହାଟୀ,ଲକ୍ଷ୍ନୌ ଓ ଚଣ୍ଡିଗଡ଼ । ଏୟାରଇଣ୍ଡିଆ କାର୍ଗୋ ବିମାନ ଯୋଗେ ଏସବୁ ଟିକା ପଠାଯାଉଛି । ପୁନେରୁ ମୁମ୍ବାଇକୁ ଯିବାକୁ ଥିବା ଟିକା ସଡ଼କ ପଥରେ ପଠାଯିବ ।

Comments are closed.