ଶିକ୍ଷକଙ୍କୁ କରୋନା ଓ ସ୍କୁୁଲ ଫି ଛାଡ ମାମଲାରେ କ’ଣ କହିଲେ ମନ୍ତ୍ରୀ?
ଭୁବନେଶ୍ୱର, ୧୧ ।୧: ରାଜ୍ୟରେ ସ୍କୁଲ ଖୋଲିବା ମାତ୍ରେ ଗଜପତି ଜିଲ୍ଲାର ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହେବା ମାମଲାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସଂକ୍ରମିତ ଥିବା ସମସ୍ତ ଶିକ୍ଷ ଓ ଛାତ୍ରୀମାନେ ଏବେ ଆଇସୋଲେସନରେ ଅଛନ୍ତି । ଅନ୍ୟ ସ୍କୁଲରୁ ଶିକ୍ଷକ ଅଣାଯାଇ ପାଠପଢା ଯାଉଛି । ତେଣୁ ଭୟ କରିବାର କିଛି ନାହିଁ । ମୁଁ ଓ ବିଭାଗୀୟ ଅଧିକାରୀ ପ୍ରତିଦିନ ବିଭିନ୍ନ ସ୍କୁଲ ବୁଲି ବୁଲି ଦେଖୁଛନ୍ତି । ରବିବାର ମଧ୍ୟ ୬୫% ପିଲା ପାଠପଢିବାକୁ ସ୍କୁଲ ଆସିଥିଲେ । ପିଲାଙ୍କ ସ୍ୱାସ୍ଥ୍ୟ ସହ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଗାଇଡଲାଇନ ମାନି ସମସ୍ତ କାର୍ଯ୍ୟ କରାଯାଉଛି । ଛାତ୍ରଚାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁବିଧା ନେଇ ଉଚିତ ପଦକ୍ଷେପମାନ ଗ୍ରହଣ କରାଯିବ । ’
ସେହିପରି ରାଜ୍ୟରେ ସ୍କୁଲ ଫି ଛାଡ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ‘ହାଇକୋର୍ଟଙ୍କ ନିର୍ଦ୍ଦେଶ ବିଭାଗ ପାଖରେ ପହଞ୍ଚିନାହିଁ । ଏସମ୍ପର୍କରେ ଗଣମାଧ୍ୟମରୁ ଆମେ ଖବର ପାଇଛୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ତର୍ଜମା କରି ନିଷ୍ପତ୍ତି ନେବୁ ।
Comments are closed.