ରାଜ୍ୟରେ ଟିକାକରଣର ୩ ଦିନ ପୂର୍ବରୁ ଆସିପାରେ ଭ୍ୟାକସିନ

ଭୁବନେଶ୍ୱର, ୧୧ ।୧: ସାରା ଦେଶରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଦେଶର ଟିକାକରଣର ୨ କି ୩ ଦିନ ପୂର୍ବରୁ ରାଜ୍ୟକୁ ଭ୍ୟାକ୍ସିନ୍ ଆସିପାରେ । ଟିକାକରଣକୁ ନେଇ ଓଡିଶାରେ ବ୍ୟାପକ ବ୍ୟବସ୍ଥାମାନ ହୋଇଛି । ରାଜ୍ୟର ୧୬୦ ସ୍ଥାନରେ ଟିକାକରଣ ହେବା ସହ ୨ଟି ଜାଗାରେ ଟୁଓଏ କମ୍ୟୁନିକେସନ ରହିବ । ଡିଏଚଏଚ ସୁନ୍ଦରଗଡ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ । ଏହି ୨ ସ୍ଥାନରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଫିଡବ୍ୟାକ ନେଇପାରିବେ । ସୁପରିଚାଳନା ପାଇଁ ଷ୍ଟେ ମନିଟରିଂ ଟିମ୍ ଗଠନ ହୋଇଛି । କରୋନା ଟିକାରଣ ପାଇଁ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ୧୭,୧୮ ଓ ୧୯ରେ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ।

Comments are closed.