ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଗଠନ ହୋଇଛି ଉଚ୍ଚକ୍ଷମତା ସମ୍ପନ୍ନ କମିଟି

ଭୁବନେଶ୍ୱର,୭ ।୧: ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଛି ଉଚ୍ଚକ୍ଷମତା ସମ୍ପନ୍ନ କମିଟି । ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ଜଷ୍ଟିସ୍ ଏ.କେ ମିଶ୍ର ଏହି କମିଟିର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଉଚ୍ଚକ୍ଷମତା ସମ୍ପନ୍ନ କମିଟିରେ ଅଛନ୍ତି ୫ ଜଣ ସଦସ୍ୟ ରହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସ କମିଟିର ସଦସ୍ୟ ହୋଇଛନ୍ତି । ଏହା ସହ ପ୍ରଫେସର ସିବିକେ ମହାନ୍ତି, ଆଇଏଏସ ଭୂପିନ୍ଦର ପୁନିଆ, ଜି.ରେଘୁ କମିଟିର ସଦସ୍ୟ ହୋଇଛନ୍ତି । ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଏ.କେ ନାୟକ କମିଟିର ଆବାହକ ହୋଇଛନ୍ତି । ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଏହି କମିଟି ।

Comments are closed.