ଲିଙ୍ଗରାଜ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି

ଭୁବନେଶ୍ୱର, ୬ା ୧ : ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମିଳିଲା ଅନୁମତି । ଶ୍ରଦ୍ଧାଳୁଙ୍କ ବୟସ କଟକଣାକୁ ଆଜି ଉଠାଇଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ସବୁ ବୟସର ଲୋକ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । କିନ୍ତୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରଖାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ତେବେ ଶ୍ରଦ୍ଧାଳୁଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଲେ ହିଁ ଦର୍ଶନ ପାଇଁ ଅନୁମତି ମିଳିବ । ପୂର୍ବରୁ ୬୫ ବର୍ଷରୁ ଉର୍ଦ୍ଧ ଓ ୧୦ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କୁ ଲିଙ୍ଗରାଜ ଦର୍ଶନ ମନା ଥିଲା । ରିପୋର୍ଟ ଆଣି ନଥିଲେ ବିଏମସି ପକ୍ଷରୁ ଶ୍ରଦ୍ଧାଳୁଙ୍କର ମାଗଣା ଟେଷ୍ଟ ବ୍ୟବସ୍ଥା କରାଯିବ । ଭକ୍ତମାନେ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିନେଇ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

Comments are closed.