ସିଡନୀ ପାଇଁ ଭାରତୀୟ ଦଳ ଘୋଷିତ, ୧୧ ଜଣିଆ ଦଳରେ ରୋହିତ ଓ ସାଇନି

ନୂଆଦିଲ୍ଲୀ, ୬ ।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଭାସ୍କର ଟ୍ରଫିର ୩ୟ ଟେଷ୍ଟ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆସନ୍ତା ୭ ଜାନୁଆରୀରେ ଖେଳାଯିବ । ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ଯୋଡି ହୋଇଛନ୍ତି ରୋହିତ ଶର୍ମା । ଶୁବମାନ ଗିଲଙ୍କ ସହ ରୋହିତ ଶର୍ମା ଓପନର୍ ଭାବେ ପଡ଼ିଆକୁ ଓଲ୍ହାଇବେ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଶେଷ ଦୁଇଟି ମ୍ୟାଚରେ ଖରାପ ଫର୍ମ ଦେଇ ଗତି କରୁଥିବା ମାୟଙ୍କ ଅଗ୍ରୱାଲଙ୍କୁ ଦଳରୁ ବାଦ୍ ଦିଆଯାଇଛି । ୧୧ ଜଣିଆ ଦଳରେ ରୋହିତ ଶର୍ମା ଓ ନବଦୀପ ସାଇନି ସାମିଲ ହୋଇଛନ୍ତି । ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି ନବଦୀପ ସାଇନି । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ ଶର୍ମା ଖେଳିବେ ।

ଭାରତର ୧୧ ଜଣିଆ ଟିମରେ ରହିଛନ୍ତି – ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ନବଦୀପ ସାଇନି । ତେବେ ଗତ ଆଠଟି ଟେଷ୍ଟ ଇନିଂସରୁ ସାତୋଟି ମ୍ୟାଚରେ ମୟଙ୍କ ଅଗ୍ରୱାଲ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଯାହାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି ଓ ଏହା ଭାରତକୁ ଅଧିକ ଅସୁବିଧା କରିବ ନାହିଁ ।

Comments are closed.