ରାଜ୍ୟରେ ଆଜି ପୁଣି ୨ କରୋନା ରୋଗି ଚିହ୍ନଟ, ଓଡ଼ିଶାରେ ୨୩ କୁ ବୃଦ୍ଧି ପାଇଲା କରୋନା ରୋଗୀ ସଂଖ୍ୟା

ଭୁବନେଶ୍ୱର – ରାଜ୍ୟରେ ପୁଣି ୨ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ କୋରେନା ପଜେଟିଭ୍‌ ସଂଖ୍ୟା ୨୩ ରେ ପହଞ୍ଚିଛି । ଏହି ଦୁଇଟି ଯାକ ମାମଲା ରାଜଧାନୀ ଭୁବନେଶ୍ୱରରରୁ ଆସିଛି । ଦୁଇଜଣଙ୍କ ମଧ୍ୟରୁ ଜଣେ ୭୦ ବର୍ଷିୟ ବୃଦ୍ଧ । ଯେକି କପିଳ ପ୍ରସାଦ ହାଉସିଂ କଲୋନୀରେ ସଙ୍ଗରୋଧ ବା କ୍ୱାରେଣ୍ଟାଇନ୍‌ରେ ଥିଲେ । ଏହା ସହ ସେ ନିକଟରେ ଅଷ୍ଟ୍ରେଲିଆରୁ ଆସିଥିଲେ । ସେ ମାର୍ଚ୍ଚ ୨୨ ତାରିଖରୁ ଅଷ୍ଟ୍ରେଲିଆରୁ ଫେରି ନିଜ ଘରେ ସଙ୍ଗରୋଧରେ ରହିଥିଲେ । ଏହା ସହ ଅନ୍ୟଜଣେ ହେଲେ ରାଜଧାନୀ ଭୁବନେଶ୍ୱର ବମିଖାଲ ଅଞ୍ଚଳର ୨୯ ବର୍ଷ ଵୟସର ଯୁବକ । ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ରାଜ୍ୟରେ ଆଜି ଏହି ଦୁଇଗୋଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୁଚନା ଦିଆଯାଇଛି ।

Comments are closed.