ଚତୁର୍ଥ କରୋନା ରୋଗୀ ଚିହ୍ନଟ : ଭଦ୍ରକ ଜିଲ୍ଲାର ୨୯ ବର୍ଷିଅ ଦୁବାଇ ଫେରନ୍ତା ଯୁବକ

ଭୁବନେଶ୍ୱର : ଓଡ଼ିଶାରେ ଚତୁର୍ଥ ଲୋକ ମହାମାରି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ବିଧିବଦ୍ଧ ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁଚନା ଦିଆଯାଇଛି । ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ହୋଇଥିଵା ଯୁବକ ଜଣକ ଦୁବାଇରୁ କିଛି ଦିନ ତଳେ ଓଡିଶାକୁ ଫେରିଥିଲେ । ଏହା ସହ ତାଙ୍କର କରୋନା ସଂକ୍ରମିତ ଲକ୍ଷଣ ଦେଖାଦେବାରୁ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ସେହି ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଏହି ୨୯ ବର୍ଷିଅ ଯୁବକ ନିକଟରେ ଦୁବାଇରୁ ଆସିଥିଲେ । ଓଡିଶା ସ୍ୱାସ୍ଥ୍ୟ ସଚିବ ଭଦ୍ରକ ଜିଲ୍ଲାପାଳଙ୍କ ସହ କଥା ହେଇ ଯୁବକଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବାକୁ କହିଛନ୍ତି । ତେବେ ସୂଚନାଯୋଗ୍ୟ ଯେ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଗତ ୧୫ରେ ଚିହ୍ନଟ ହୋଇଥିଲା । ସେହିପରି ୧୯ ତାରିଖରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ ବ୍ୟକ୍ତି କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ ହୋଇଥିଲେ ।

Comments are closed.