କରୋନା ସମ୍ପର୍କିତ କଟକଣାକୁ ଉଲ୍ଲଙ୍ଘନ କରି ଧୁମଧାମରେ ଚାଲିଛି ବାଲିଯାତ୍ରା
ଜଗତସିଂହପୁର, ମହେଶ୍ୱର ତ୍ରିପାଠୀ : ସାରା ରାଜ୍ୟରେ କରୋନା ଭାଇରସ ଆତଙ୍କ ଦେଖାଦେଇଛି । ତେଣୁ ଜନସାଧାରଣ ଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସଚେତନତାମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ କେତେକ କଟକଣା ମଧ୍ୟ ଜାରି କରିଛନ୍ତି ।ସ୍କୁଲ ,କଲେଜ ,ସପିଙ୍ଗ ମହଲ, ସିନେମା ହଲ, ସୁଇମିଙ୍ଗ ପୁଲ ,ସଭା ସମିତି ଆଦିକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି ।ଏହା ବ୍ୟତୀତ ଜନସାଧାରଣ ଭୟ ଭିତ ନ ହେବା ପାଇଁ ଉପଦେଶ ମଧ୍ୟ ଦେଇଛନ୍ତି ।କିନ୍ତୁ ସରକାରଙ୍କ କଟକଣାକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳର ଅଳକା ନଦୀ ପଠାରେ ଚାଲିଥିବା ବଳିଯାତ୍ରାରେ ।ବାଲିକୁଦା ଅଳକା ନଦୀ ପଠାରେ ଗତ ୧୧ ତାରିଖ ଠାରୁ ବାଲି ଯାତ୍ରା ଆରମ୍ଭ ହୋଇଛି ।ସେଠାରେ ୨୦୦ ଶହରୁ ଉର୍ଦ୍ଧ୍ବ ଦୋକାନ ବଜାର ବସିଥିବା ସହ ହଜାର ହଜାର ଜନସମାଗମ ମଧ୍ୟ ହେଉଛି ।ରାଜ୍ୟ ସରକାର କରୋନା ଭାଇରସ କୁ ବିଶ୍ୱ ମହାମାରୀ ଘୋଷଣା କରିଥିଲେ ମଧ୍ୟ ପ୍ରଶାସନ କିପରି ଏହାକୁ ବନ୍ଦ କରିନାହାନ୍ତି ,ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଉକ୍ତ ବାଲିଯାତ୍ରାର ଯେଉଁ ପରିମାଣରେ ବ୍ୟବସାୟ ହୋଇଥାଏ, ଚଳିତ ବର୍ଷ କରୋନା ଭୟ ନେଇ କିଛିଟା ବ୍ୟବସାୟ କମ ହେଉଛି ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି ।
Comments are closed.