ଆଉ ହେବ ନାହିଁ ଗଂଜେଇ ଚାଷ

ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବାକୁ ସରକାର ମନା କରିଦେଇଛନ୍ତି । ଔଷଧୀୟ ଗୁଣ ପାଇଁ ବିଭିନ୍ନ ସଂସ୍ଥା ଗଞ୍ଜେଇ ଚାଷକୁ ଅନୁମତି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ସେହି ପ୍ରସ୍ତାବକୁ ନେଇ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିଥିଲା । ବୈଠକରେ ଏହି ପ୍ରସ୍ତାବକୁ ଅବକାରୀ ସଚିବ ଖାରଜ କରିଦେଇଛନ୍ତି ।

ବୈଠକ ପରେ ଅବକାରୀ ସଚିବ କହିଛନ୍ତି, ଏ ସମ୍ପର୍କରେ ଆଇନ୍ ବିଭାଗର ମତାମତ ଲୋଡା ଯାଇଥିଲା । କିନ୍ତୁ କୌଣସି ମତେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ ବୋଲି ଆଇନ ବିଭାଗ ସ୍ପଷ୍ଟ କରିଥିଲା । ତେଣୁ ଗଞ୍ଜେଇ ଚାଷ ଯିଏ କରିବ ଏଣିକି ଆହୁରି ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ସଚିବ ସୂଚନା ଦେଇଛନ୍ତି ।

Comments are closed.