ଶିକ୍ଷକ ମାଡ଼ରେ ୨ ଛାତ୍ରୀ ଗୁରୁତର
ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ | ତେବେ ଗତ ସୋମବାର ଉକ୍ତ ବିଦ୍ୟାଳୟରେ ଥିବା ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ୫ ଜଣ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି |ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରୀ ଦଶମ ଶ୍ରେଣୀର ହୋଇଥିବା ବେଳେ ୩ ଜଣ ଛାତ୍ରୀ ନବମ ଶ୍ରେଣୀର ବୋଲି ଜଣାପଡିଛି I ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ୫ ଜଣ ଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ହେଲେ ଛାତ୍ରୀମାନେ ଏହାର ଉତ୍ତର ଦେଇ ପାରିନଥିବାରୁ ସେମାନଙ୍କୁ ମାଡ଼ ମରାଯାଇଥିଲା| ଅନ୍ୟପଥେ ପାଠ ପଢ଼ାରେ ଅବହେଳା ଯୋଗୁଁ ଏପରି କରିଥିବା ଇଂରାଜୀ ଶିକ୍ଷକ | ମାଡ ଖାଇ ଗୁରୁତର ହୋଇଥିବା ୨ ଜଣ ଛାତ୍ରୀଙ୍କୁ ବାଲିମେଳା ମେଡିକାଲ୍ରେ ଭର୍ତି କରାଯାଇଛି | ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ କୁନି ଗୋଲାରୀ ନାମକ ଅନ୍ୟଜଣେ ଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଇଛି I ତେବେ ବିଦ୍ୟାର୍ଥୀଙ୍କୁ ମାଡ ମାରିବା ଆଇନ ଅନୁଯାୟୀ ବନ୍ଦ କରାଯାଇଥିବା ବେଳେ ଏପରି ଘଟଣା ଅବିଭାବକଙ୍କ ମନରେ ପିଲାଙ୍କ ସୁରକ୍ଷାକୁ ଭୟ ସୃଷ୍ଟି ହୋଇଛି |
Comments are closed.