ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା
ଉତ୍ତର ଓଡିଶାରେ ଘୂର୍ଣିବଳୟ ହେତୁ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଘୂର୍ଣିବଳୟ ସମୁଦ୍ର ପତନଠାରୁ ୭.୫ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡା, ସମ୍ବଲପୁର, ସୋନପୁର, କେନ୍ଦ୍ରାପଡା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ ଓ ୪ତାରିଖ ମଧ୍ୟ ବର୍ଷା ଜାରି ରହିବ ବୋଲି ଅନୁମାନ କରାଯାଉଛି ।
Comments are closed.