ନିର୍ବାଚନକୁ ନେଇ ପାକିସ୍ତାନରେ ବିସ୍ଫୋରଣ: ୨୨ ମୃତ, ୩୦ ଆହତ
ଆଜି ପାକିସ୍ତାନର ନିର୍ବାଚନର ମତଦାନ ଚାଲିଥିବା ବେଳେ ବାଲୁଚିସ୍ତାନର କ୍ୱେଟାଠାରେ ବିସ୍ଫୋରଣ ଦେଖିବାକୁ ମିଳିଛି । ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ ଆହତ ହୋଇଥିବାର ପୋଲିସ ସୂଚନା ପ୍ରଦାନ କରିିଛି । ମୃତକଙ୍କ ମଧ୍ୟରେ ୩ ଜଣ ପୋଲିସ ଓ ୨ ଜଣ ଶିଶୁ ଥିଲେ । ତେବେ ଆହତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏହି ହିଂସା ଆଗକୁ ମଧ୍ୟ ଜାରୀ ରହିବା ନେଇ ଲୋକେ ଭୟଭୀତ ହେଉଛନ୍ତି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାକୁ ଆୟତ କରିବା ପାଇଁ ପ୍ରୟାସ କରାଯାଉଛି ।
Comments are closed.