ବର୍ଷା ପ୍ରଭାବରେ ଅତଡା ଖସି ପାଣିରେ ଅଟକିଲା ଟ୍ରେନ୍

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲୋକମାନଙ୍କର ଯାତାୟତ ବନ୍ଦ ହେବା ସହିତ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ମାଟି ଅତଡ଼ା ଖସିବାରୁ ହୀରାଖଣ୍ଡ ଏକ୍ସପ୍ରେସ୍ ଆଜି ସକାଳ ୮ଟାରୁ ଅଟକି ରହିଛି । ବର୍ଷାର ପ୍ରଭାବରେ ଅତଡା ଖସି ଲାଇନ୍ ଉପରେ ୩ ଫୁଟର ପାଣି ଗଡୁଥିବାର ସୂଚନା ମିଳିଛି । ଫଳରେ ଟ୍ରେନ୍ ମଧ୍ୟରେ ବନ୍ଦି ହୋଇ ରହିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments are closed.