ପ୍ରଥମଦିନରେ ୮.୭୧ କୋଟି ଆୟ କଲା Dhadak

ଗତକାଲି ମୁକ୍ତି ଲାଭ କରିଥିବା ଜାହ୍ନବୀ କପୁରଙ୍କ ଅଭିନୀତ ‘Dhadak’ ସିନେମା ନିଜର କମାଲ ଦେଖାଇବାରେ ଲାଗିଛି । ଯାହାର ପ୍ରଥମଦିନରେ ୮.୭୧ କୋଟି ଟଙ୍କାର ଆୟ ହୋଇଛି । ମରାଠି ସିନେମା ସାଇରାତ୍ କାହାଣୀ ପରି ପ୍ରସ୍ତୁତ ହୋଇଥିବା ଧଡକ ସିନେମାଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଓ ଶାହିଦ କାପୁରଙ୍କ ଭାଇ ଇଶାନଙ୍କ ଅଭିନୀତ ‘Dhadak’ ସିନେମାଟି ସପ୍ତାହ ଭିତରେ ୨୦ କୋଟି ଆୟ କରିବ ବୋଲି ଆଶା କରାଯାଉଛି ।

Comments are closed.