ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲ ୧୪ଜଣ ଯବାନଙ୍କ ଜୀବନ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତୀୟ ସେନାର ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ ଉତ୍ତର ସିକିମର ଜେମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଯବାନଙ୍କୁ ନେଇ ଘାଟି ରାସ୍ତାରେ ଯାଉଥିବା ଗାଡ଼ିଟି ଏକ ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଗାଡ଼ିଟି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୧୩ ଜଣ ଯବାନ ଓ ୩ ଜଣ ଜୁନିଅର କମିସନ୍‌ଡ ଅଫିସରଙ୍କ ମୃତ୍ୟୁ ଘଟିଥିଲା।

Comments are closed.