ବନ୍ଦ ହେଲା ରାଜ୍ୟସଭା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ରୁତ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବା କାରଣରୁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ଆଜି ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାର ୨୫୮ତମ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସମୟରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଲେ ଯେ, ସେ ଏହି ମହାନ୍‌ ଗୃହର ଅଂଶବିଶେଷ ହୋଇଥିବାରୁ ଗୌରବାନ୍ବିତ ମନେକରୁଛନ୍ତି।

ଅଧିବେଶନ ମୁଲତବୀ ଘୋଷଣା କରିବା ପୂର୍ବରୁ ସେ କହିଲେ, ଏହି ଅଧିବେଶନରେ ଚତୁରତା, ବିଦ୍ରୂପ, ହାସ୍ୟପରିହାସ ଏବଂ ବୁଦ୍ଧିମତ୍ତା ପ୍ରଦର୍ଶନ ହୋଇଛି। ଅଭିଜ୍ଞ ସଦସ୍ୟମାନଙ୍କଠାରୁ ମୁଁ ଏସବୁ ଆଗାମୀ ଅଧିବେଶନରେ ଅଧିକ ଆଶା କରୁଛି। ଏହି ଅଧିବେଶନ ୧୦୨% ଫଳପ୍ରଦ ହୋଇଛି। ସମୁଦାୟ ୬୪ ଘଣ୍ଟା ୫୦ ମିନିଟ୍‌ରେ ଗୃହ ୧୩ଟି ସିଟିଙ୍ଗ୍‌ ସମ୍ପନ୍ନ କରିଛି।

Comments are closed.