ସମସ୍ୟା ଦୂର କରିଥାଏ ଛତୁ, ଜାଣନ୍ତୁ କେମିତି

ଜୀବନଶୈଳୀରେ ପରିବର୍ତ୍ତନ ଏବଂ କାମ ବୋଝ ସହ ଲୋକଙ୍କ ମଧ୍ୟରେ ଡିପ୍ରେସନ ତଥା ଅବସାଦ ସମସ୍ୟା ବି ଲଗାତାର ବଢ଼ି ଚାଲିଛି। କେବଳ ଏତିକି ନୁହେଁ, ଆମ ଦେଶର ଲୋକମାନେ ଡିପ୍ରେସନ ବିଷୟରେ କହିବାକୁ ବି ଲଜ୍ଜିତ ମନେକରନ୍ତି। ଅନେକ ଲୋକ ଅନୁଭବ କରନ୍ତି ଯେ ଡିପ୍ରେସନ ବିଷୟରେ କଥାବାର୍ତ୍ତା କରିବା ଅର୍ଥ ସାମ୍ନାରେ ଥିବା ବ୍ୟକ୍ତି ସେମାନଙ୍କୁ ପାଗଳ ବୋଲି ଭାବିବେ। ଏହି କାରଣରୁ ଡିପ୍ରେସନ ତଥା ଅବସାଦ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବାକୁ ଲୋକେ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏବେ ଡିପ୍ରେସନର ଶିକାର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଅତି ସହଜରେ ହୋଇପାରିବ। କେବଳ ଗୋଟିଏ ଛତୁ ଖାଇବା ଦ୍ୱାରା ଆପଣ ଡିପ୍ରେସନ ମୁକ୍ତ ହୋଇପାରିବେ।

ଯଦି ଆପଣ ଡିପ୍ରେସନର ଶିକାର ହୋଇଛନ୍ତି ତେବେ ଛତୁ ଖାଇବା ଉଚିତ। ତେବେ ସାଧାରଣ ଛତୁ ନୁହେଁ, ଏଥିପାଇଁ ଆପଣଙ୍କୁ ଖାଇବାକୁ ପଡିବ ମ୍ୟାଜିକ୍‌ ଛତୁ। ଏହି ମ୍ୟାଜିକ୍‌ ଛତୁରେ ଏଭଳି କିଛି ଗୁଣ ରହିଛି ଯାହା ମାନସିକ ଅବସାଦରୁ ମୁକ୍ତି ଦେଇଥାଏ ଏବଂ ଲୋକଙ୍କୁ ଡିପ୍ରେସନରୁ ବାହାରକୁ ବାହାରିବା ପାଇଁ ସହାଯ୍ୟ କରିଥାଏ। ଏକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି।

Comments are closed.