ଆପଣ ୫ଘଣ୍ଟାରୁ କାମ ଶୋଇଥାନ୍ତି କି, ଏମିତି କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ
ଲୋକମାନେ ପ୍ରାୟତଃ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇପାରୁ ନାହାଁନ୍ତି। ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ଲୋକମାନେ ରାତିରେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥା’ନ୍ତି, ସେମାନେ ଅନେକ ପ୍ରକାର ରୋଗର ଆଶଙ୍କା ରହିଥା’ନ୍ତି। ଏହି ରିପୋର୍ଟ ଅନୁଯାୟୀ, ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ରାତିରେ ପାଞ୍ଚ ଘଣ୍ଟା କିମ୍ବା ତା’ଠାରୁ କମ୍ ଶୋଇଥା’ନ୍ତି, ସେମାନେ ଅନେକ ପ୍ରକାର ମାରାତ୍ମକ ରୋଗ ହେବାର ଆଶଙ୍କା ଅଧିକ ଥାଏ।
ଏପରି ଲୋକଙ୍କ ଠାରେ ଗୁରୁତର ରୋଗର ଆଶଙ୍କା ୨୦ ପ୍ରତିଶତ ବଢି ଯାଇଥାଏ। ୭ ଘଣ୍ଟା ପର୍ଯ୍ୟନ୍ତ ଶୋଉଥିବା ଲୋକଙ୍କ ତୁଳନାରେ ଯେଉଁ ଲୋକେ ଲଗାତାର ୨୫ ବର୍ଷ ଧରି ୫ ଘଣ୍ଟା ବା ଏହାଠୁ କମ ଶୋଉଛନ୍ତି ସେମାନଙ୍କଠାରେ ୨ ବା ଅଧିକ ପ୍ରାଣ ଘାତକ ରୋଗ ହେବାର ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ। ଏହି ଅନୁସନ୍ଧାନରେ କମ ସମୟ ନିଦ୍ରାର ଅବଧି ବ୍ୟତୀତ, ଗବେଷକମାନେ ଅଧିକ ସମୟ ଶୋଇବା ସମୟ ଏବଂ ସ୍ୱାସ୍ଥ୍ୟ ଫଳାଫଳ ମଧ୍ୟରେ ସମ୍ପର୍କ ଖୋଜିବାକୁ ଚେଷ୍ଟା କରିଥିଲେ।
ସମ୍ପ୍ରତି PLOS ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନରେ ବ୍ରିଟେନର ପ୍ରାୟ ୮,୦୦୦ ଲୋକଙ୍କ ଉପରେ ଏହି ଅନୁସନ୍ଧାନ ହୋଇଥିଲା, ଏବଂ ଏହି ବର୍ଗର ଲୋକମାନଙ୍କ ଉପରେ ୫୦ ବର୍ଷ ବୟସ ପର୍ୟ୍ୟନ୍ତ ଏହି ରୋଗ ହୋଇନଥିଲା। ୫୦ ବର୍ଷରୁ ଅଧିକ ବୟସ୍କ ଯେଉଁ ଲୋକେ ୫ ଘଣ୍ଟା ବା ଏହାଠୁ କମ ଶୋଉଛନ୍ତି ସେମାନଙ୍କ ଠାରେ ଅନେକ ପ୍ରାଣ ଘାତକ ରୋଗ ହେବାର ଆଶଙ୍କା ରହୁଥିବା ବେଳେ ୭ ଘଣ୍ଟାରୁ ଅଧିକ ଶୋଉଥିବା ଲୋକଙ୍କ ଠାରେ ଏପରି ଆଶଙ୍କା ହ୍ରାସ ହୋଇଥାଏ। ୬୦ବର୍ଷ ବୟସରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ହୋଇଥିବା ବେଳେ ୭୦ ରେ ଏହା ୪୦ ପ୍ରତିଶତ ଅଧିକ ବିପଦ ବଢ଼ାଇଥିଲେ।
ସେହିପରି ଅଧାରୁ ଅଧିକ ବୟସ୍କ ଲୋକଙ୍କ ଠାରେ ୨ ବା ତା ଠୁ ଅଧିକ ପ୍ରାଣଘାତକ ରୋଗ ରହୁଥିବା ଦେଖା ଯାଇଛି। ଯାହା ଏବେ ସାର୍ବଜନିକ ସ୍ୱାସ୍ଥ୍ୟ ଲାଗି ବଡ ସମସ୍ୟା ଭାବେ ଉଭା ହୋଇଥିବା ସେଭରିନ କହିଛନ୍ତି। ଏଥିସହିତ ଅଧିକ ବିପଦ ଥିବା ରୋଗରେ ମଧୁମେହ, କର୍କଟ, କରୋନାରି ହୃଦ୍ ସମସ୍ୟା, ଷ୍ଟ୍ରୋକ୍, ହାର୍ଟ ଷ୍ଟ୍ରୋକ୍, ଫୁସଫୁସ ରୋଗ, ବୃକକ୍ ରୋଗ, ଯକୃତ ରୋଗ, ଉଦାସୀନତା, ଡିମେନ୍ସିଆ, ମାନସିକ ବିକୃତି, ପାର୍କିନ୍ସନ୍ ଏବଂ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲା।
ଭଲ ନିଦ ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ
ଅତିକମରେ ଅଧ ଘଣ୍ଟା ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତୁ
ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ
ରାତିରେ ଫୋନ୍ କିମ୍ବା ଲାପଟପ୍ ବ୍ୟବହାର କରନ୍ତୁ ନାହିଁ
ରାତିରେ ମଦ୍ୟପାନ କରନ୍ତୁ ନାହିଁ ଏବଂ ଧୂମପାନ କରନ୍ତୁ ନାହିଁ
Comments are closed.