ରଥଯାତ୍ରାର ସୁରକ୍ଷା ପାଇଁ ପ୍ରସ୍ତୁତ ମକ୍ ଡ୍ରିଲ

ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରସୋରରେ। ଏହି କ୍ରମରେ ବିଭିନ୍ନ ବିଭାଗକୁ ନେଇ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏନେଇ ଏକ ବୈଠକ ପୁରୀ ଟାଉନ ଥାନାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାଞ୍ଚଳ ଆର.ଡ଼ି.ସି.ଡିଭି ସ୍ୱାମୀ, ପୁରୀ ଏସପି, ଜିଲାପାଳ ଏଥିରେ ଯୋଗ ଦେଇ କିଭଳି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ରହିବ ତାହା ଆଲୋଚନା କରିବା ସହ ସମୀକ୍ଷା କରିଥିଲେ। ଟାଉନ ଥାନାରେ ଥିବା କଣ୍ଟ୍ରୋଲ ରୁମରେ ବରିଷ୍ଠ ଅଧିକାରୀମାନେ ରହି cctv ଉଦ୍ୟମରେ ସମ୍ପୂର୍ଣ୍ଣ ପୁରୀ ସହରର ସୁରକ୍ଷା ବ୍ୟବସ୍ଥା ଦେଖିଥିଲେ। ତେବେ ରଥଯାତ୍ରା ପାଇଁ ମୋଟ 185 ଟି cctv କ୍ୟାମେରା ଲାଗିଛି । ଶ୍ରୀ ମନ୍ଦିରରେ 70ଟି, ବଡ ଦାଣ୍ଡ ରେ 30ଟି ଓ ଅନ୍ୟ କ୍ୟାମେରା ଗୁଡିକ ସହର ବିଭିନ୍ନ ଜାଗାରେ ଲାଗିଛି। ରେଳଷ୍ଟେସନ ଠାରୁ ଆରମ୍ଭ କରି, ମାଳତୀପାଟପୁର ବସ ଷ୍ଟାଣ୍ଡ ସବୁଆଡେ ସିସିଟିଭି ନଜର ରହିବ । ndrf, ଅଗ୍ନିଶମ ବିଭାଗ, phd, ପୋଲିସ, ଆଦି ପ୍ରମୁଖ ବିଭାଗ ଏହି ମକ୍ ଡ୍ରିଲରେ ସାମିଲ ହୋଇଛନ୍ତି । ମେଡିକାଲ ଛକ, ମାର୍କେଟ ଛକ, ମାଳତୀପାଟପୁର ଆଦି ପ୍ରମୁଖ ଅଞ୍ଚଳରେ ମକ୍ ଡ୍ରିଲ ହୋଇଥିଲା ।

Comments are closed.