ମହିଳାଙ୍କୁ ଅପହରଣ କରିବା ଉଦ୍ୟମରେ ଓଲା ଡ୍ରାଇଭର ଗିରଫ

ଆପଣମାନେ ଯଦି କୌଣସି ଜାଗାକୁ ଓଲା କି ଅନ୍ୟ କେଉଁ ଅଟୋରେ ଯାଉଛନ୍ତି ତେବେ ସାବଧାନ । ବେଙ୍ଗାଲୁରୁରେ ଘଟିଛି ଏପରି ଏକ ଘଟଣା, ଯେଉଁଠି ସୁରେଶ ନାମକ ଓଲା ଡ୍ରାଇଭର ଏକ ମହିଳାଙ୍କୁ ଅପହରଣ କରି ନେଉଥିବା ବେଳେ ଧରା ପଡି ଏବେ ହାଜତରେ । ପୋଲିସଙ୍କ କହିବା ଅନୁସାରେ, ଉକ୍ତ ମହିଳା ଜଣକ ବାନାସବାଦୀରୁ ଓଲା ଧରି ଏୟାରପୋର୍ଟ ଅଭିମୁଖେ ଯାଉଥିଲେ, ପରନ୍ତୁ ଡ୍ରାଇଭରଟି ଏୟାରପୋର୍ଟ ନ ଯାଇ ହାଇଦ୍ରାବାଦ ମାର୍ଗରେ ଅଟୋକୁ ନେଇଥିଲା । ମହିଳା ଜଣକ କିଛି କହିବାରୁ ଧମକେଇବାକୁ ବି ପଛେଇ ନଥିଲା ଡ୍ରାଇଭରଟି । ଏନେଇ ମହିଳା ଜଣକ ଚିଲ୍ଲେଇବାରୁ ରାସ୍ତାରେ ଥିବା ପ୍ଲାଜାର ଷ୍ଟାଫମାନେ ମିଶି ତାଙ୍କୁ ବଞ୍ଚାଇଥିଲେ । ମଦ ପିଇ ଡ୍ରାଇଭିଙ୍ଗ ଓ ଅପହରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

Comments are closed.