ପୁଣି ଥରେ ଚାଷୀଙ୍କୁ ମିଳିବ ମାଗଣା ମୋବାଇଲ

ଚାଷୀମାନଙ୍କ ସହ ସଂଯୋଗ ରକ୍ଷା କରିବା ପାଇଁ ଏବେ ରାଜ୍ୟ ସରକାର ପୁଣି ଥରେ ମାଗଣା ମୋବାଇଲ ଯୋଗାଇଦେବେ, ଯେଉଁଥିରେ ଖର୍ଚ୍ଚ ପାଇଁ ୩ କୋଟି ଟଙ୍କାର ମଞ୍ଜୁରୀ ହୋଇସାରିଲାଣି । ମୋବାଇଲରେ ଓଡିଆରେ ଭଏସ୍ କଲ୍ ଓ ଏସ୍ଏମ୍ଏସ୍ ମାଧ୍ୟମରେ କୃଷି ଉତ୍ପାଦନ ଓ ମାର୍କେଟ ସ୍ଥିତି ସମ୍ପର୍କରେ ସମସ୍ତ ତାଜା ଖବର ଚାଷୀଙ୍କ ପାଖରେ ପହଞ୍ଚିବ । ଗତ ବର୍ଷ ଯେଉଁମାନଙ୍କୁ ମୋବାଇଲ ଦିଆଯାଇଥିଲା ସେମାନଙ୍କୁ ଏଥର ଦିଆଯିବ ନାହିଁ । ଏହା ସହ ଆଣ୍ଡ୍ରଏଡ ସୁବିଧା ଥିବା ସ୍ମାର୍ଟ ଫୋନ୍ କିଣାଯିବା ପାଇଁ ଯୋଜନା ଚାଲିଛି ।

Comments are closed.