ମିଆଁମାରରେ ଭୂମିକମ୍ପ
ନୂଆଦିଲ୍ଲୀ: ମିଆଁମାର୍ରେ ଭୂମି କମ୍ପ ହୋଇଥିବାର ଏକ ରିପୋର୍ଟରୁ ଜଣାପଡ଼ିଛି। ଗତ ରାତି ୩.୫୨ରେ ମିଆଁମାର୍ରେ ସଂଘଠିତ ଉକ୍ତ ଭୂମିକମ୍ପ ତୀବ୍ରତା ୫.୨ ଥିବା କଥା ରିକ୍ଟର୍ସ୍କେଲ୍ରୁ ଜଣାପଡ଼ିଛି। ଏହାର ପ୍ରଭାବରେ ମଣିପୁର, ନାଗାଲାଣ୍ଡ୍ ଦକ୍ଷିଣ ଆସାମ ଓ ମେଘାଳୟ ସମେତ କେତେକ ଉତ୍ତରପୂର୍ବ ଭାରତୀୟ ପ୍ରଦେଶରେ ଭୂକମ୍ପନ ଅନୁଭୂତ ହୋଇଛି।
ଆସାମର କାଛାର୍ ଜିଲ୍ଲା ଅନ୍ତର୍ଗତ ରାଜ୍ୟର ଦ୍ବିତୀୟ ବୃହତ୍ ନଗରୀ ଶିଲ୍ଚର୍ରେ ଲୋକେ ଦୁର୍ଗାପୂଜା ପେଣ୍ଡାଲ୍ ସାଜସଜା କରୁଥିବା ବେଳେ ଭୂକମ୍ପନ ହେବାରୁ ଭୟଭୀତ ହୋଇଯାଇଥିବା ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି। ସେତେବେଳେ ଘରେ ଘରେ ଶୋଇଥିବା ଅନେକ ଲୋକ ମଧ୍ୟ ଆଚମ୍ବିତ ହୋଇ ଉଠିପଡ଼ିଥିଲେ। ମିଆଁମାର୍ ଅନ୍ତର୍ଗତ ବର୍ମାର ଉତ୍ତରପଶ୍ଚିମ ପ୍ରାନ୍ତକୁ ୧୬୨ ଦୂର ଏବଂ ଭୂଗର୍ଭର ୧୪୦ କିଲୋମିଟର୍ ଅଭ୍ୟନ୍ତରେ ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ବୋଲି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସୈସ୍ମୋଲୋଜି’ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।ଏଥିଯୋଗୁଁ ପଡ଼ୋଶୀ ବାଂଲାଦେଶର କେତେକ ପ୍ରାନ୍ତରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି।ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ।
Comments are closed.